Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲିଫ୍ଟ କେନାଲ ରୁ ଜଳସେଚନ ଓ ଡିପିଆର ପରିବର୍ତ୍ତନ ନେଇ ଜିଲ୍ଲାପାଳ ଙ୍କୁ ଭେଟିଲେ ସଚେତନ କୃଷକ ମଞ୍ଚ କର୍ମକର୍ତ୍ତା।

କଳାହାଣ୍ଡି:୦୪/୦୧(ସନତ ପ୍ରଧାନୀ)
ମେଗାଲିଫ୍ଟ କେନାଲ ରୁ ଜଳସେଚନ ଦାବିରେ ଦୀର୍ଘମାସ ହେବେ କୋକସରା ବ୍ଲକ ସଚେତନ କୃଷକ ମଞ୍ଚ ପକ୍ଷରୁ ଅହରହ ସଂଗ୍ରାମ ଜାରି ରହିଛି।।ମେଗାଲିଫ୍ଟ ରୁ ଜଳସେଚନ ଦାବି ରେ ସଚେତନ କୃଷକ ମଞ୍ଚ କର୍ମକର୍ତ୍ତା ଓ ଚାଷି ଅନଶନ ଧାରଣା ରାସ୍ତାରୋକ କରିବା ସତ୍ତ୍ୱେ ମଧ୍ୟ ଇନ୍ଦ୍ରାବତୀ ରେ ଜଳସ୍ତର କମ ଥିବା ଦର୍ଶାଇବା ସହ ଡିପିଆର ରେ ରବି ଚାଷ ପାଇଁ ଜଳସେଚନ ନିର୍ଦ୍ଦେଶ ନଥିବା ଦର୍ଶାଇ ପରବର୍ତ୍ତୀ ସମୟରେ ବିଚାର କୁ ନିଆଯିବ ଓ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ବୋଳି ଇନ୍ଦ୍ରାବତୀ ଅଧିକାରୀ ଓ ପ୍ରଶାସନ ପକ୍ଷରୁ ଚାଷି ଙ୍କୁ ସାନ୍ତ୍ୱନା ଦେଇଥିଲେ। ତେବେ ପ୍ରଶାସନ ଏହି ନିର୍ଦ୍ଦେଶ କୁ କୃଷକ ମଞ୍ଚ ପକ୍ଷରୁ ବିରୋଧ କରିବା ସହ ମେଗାଲିଫ୍ଟ କେନାଲ ରେ ଜଳସେଚନ ଦାବି ଓ ଇନ୍ଦ୍ରାବତୀ ବିଭାଗୀୟ ଡିପିଆର କୁ ପରିବର୍ତ୍ତନ କରିବା ପାଇଁ ଶୁକ୍ରବାର କୃଷକ ସଚେତନ ମଞ୍ଚ ସଭାପତି ଶିବ ପ୍ରସାଦ ପ୍ରଧାନୀ,ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଓ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ରେ ମୁଖ୍ୟତଃ ଡିପିଆର ନିର୍ଦେଶନାମା କୁ ପରିବର୍ତ୍ତନ କରି ଖରିଫ ଓ ରବି ଦୁଇ ଫସଲ ରେ ଜଳସେଚନ ସୁବିଧା ଯୋଗାଇ ଦେବାକୁ, ମେଗାଲିଫ୍ଟ ରୁ ଖରିଫ ଚାଷଜମି କୁ ଜଳସେଚିତ ସେଚ ଭାବେ ଅଭିହିତ କରାଯାଉ ଫଳରେ ଚାଷି ଧାନ ବିକ୍ରି କରିବା ପାଇଁ ଟୋକନ ବୃଦ୍ଧି ରେ ସହାୟକ ହେବ, ମେଗାଲିଫ୍ଟ କେନାଲ ରକ୍ଷଣାବେକ୍ଷଣ ଦାୟିତ୍ୱ ଏଲ ଆଣ୍ଡ ଟି କମ୍ପାନୀ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ରହିଥିବା ବେଳେ କେଉଁ ଉଦେଶ୍ୟ ରେ ବହୁମୁଖୀ ଇନ୍ଦ୍ରାବତୀ ଯୋଜନା ର ମେଗାଲିଫ୍ଟ ପଏଣ୍ଟ ୨୦୨୨/୨୩ ରେ ମରାମତି କାର୍ଯ୍ୟ ରେ ୩ କୋଟି ଖର୍ଚ୍ଚ ହୋଇଥିବା ଜଣାପଡିଛି ଏହାର ଉଚିତ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି। ଯଦି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନକଲେ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜ ରେ ଆସନ୍ତା ୭ ତାରିଖ ରେ କୃଷକ ମଞ୍ଚ ପକ୍ଷରୁ ଗଣ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ ସମୟରେ କୃଷକ ସଚେତନ ମଞ୍ଚ ର ଉପ ସଭାପତି ଜୟଲାଲ ନାଏକ,ପଙ୍କଜ ମୁଖ ଚୌଧୁରୀ,ସୋନୁ ଅଗ୍ରୱାଲ ,ଲକ୍ଷ୍ୟ ପୁଞ୍ଜି ପ୍ରମୁଖ ଚାଷି ସଙ୍ଗଠନ ର କର୍ମକର୍ତ୍ତା ଉପସ୍ଥିତ ଥିଲେ।