Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡଙ୍ଗରିଗୁଡା ଉପମଣ୍ଡି ଉଦଘାଟିତ, ପ୍ରଥମ ଥର ମଣ୍ଡି ରେ ଉତ୍ସାହ ର ସହ ଧାନ ବିକ୍ରି କଲେ ଚାଷି।

କଳାହାଣ୍ଡି:୦୫/୦୧(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଡଙ୍ଗରିଗୁଡା ଉପ ମଣ୍ଡି ଆଜି ଉଦଘାଟିତ ହୋଇଯାଇଛି। ପୂର୍ବରୁ ଚାଷି ମାନେ କୋକସରା ମଣ୍ଡି ରେ ଧାନ ବିକ୍ରି କରୁଥିଲେ। ତେବେ ଅନେକ ସମୟରେ ମଣ୍ଡି ରେ ଧାନ ବିକ୍ରି ସମୟରେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଥିଲା। ଏନେଇ ଚାଷୀ ମାନେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କୁ ଡ଼ ଙ୍ଗ ରିଗୁଡା ଠାରେ ଆବଶ୍ୟକ ଭିତ୍ତିଭୂମି ଓ ଚାଷି ଙ୍କ ପାଇଁ ଧାନ ପରିବହନ ରେ ସୁବିଧା ରହିଥିବା ନେଇ ସ୍ୱତନ୍ତ୍ର ଉପମଣ୍ଡି ଡଙ୍ଗରିଗୁଡା ରେ ଖୋଲିବା କୁ ଲିଖିତ ଅଭିଯୋଗ କରିଥିଲେ। ଚାଷି ଙ୍କ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ଚଳିତ ବର୍ଷ ରେଙ୍ଗାଳପାଲି ପଞ୍ଚାୟତ ର ରେଙ୍ଗାଳପାଲି,ଝରିଆଗୁଡା, ଡଙ୍ଗରିଗୁଡା ରେ ମଣ୍ଡି ଆରମ୍ଭ ହୋଇଛି। ଆଜି ଡୋଙ୍ଗରିଗୁଡା ରେ ମଣ୍ଡି ଆରମ୍ଭ ହୋଇଥିବା ବେଳେ ରେଙ୍ଗାଳପାଲି ସରପଞ୍ଚ ପଦ୍ମିନୀ ପାତ୍ର,ବିଜେପି ନେତା ତ୍ରିନାଥ ଶବର,ସ୍ଥାନୀୟ ସଚେତନ ଚାଷି କେତନ ପାତ୍ର ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ, ନାଏବ ସରପଞ୍ଚ ଅଶୋକ ଭୋଇ,ସମେତ ଶତାଧିକ ଚାଷୀ ଙ୍କ ଉପସ୍ଥିତି ରେ ପୂଜାର୍ଚ୍ଚନା ପରେ ମଣ୍ଡି ରେ ଧାନ କ୍ରୟ ଆରମ୍ଭ ହୋଇଛି। ଏହି ଅବସରରେ ରେ ଅଞ୍ଚଳ ର ଚାଷି ଯଶୋବନ୍ତ ନାଏକ,ହେମନ୍ତ କୁମାର ନାଏକ, ବାଳକୃଷ୍ଣ ନାଏକ, ଅନିରୁଦ୍ଧ ପାତ୍ର, ବିପିନ ମହାରଣା, ଧବଳେଶ୍ବର ମାଝୀ,ସନ୍ଥ ନାଏକ, ବନମାଳୀ ବାଗ, ଚତୁର୍ଭୁଜ ମାଝୀ, ମୁକୁନ୍ଦ ପଟ୍ଟନାୟକ, ରାଜ କିଶୋର ସାହୁ, ହୀରାଲାଲ ସରାଫ ଦୁର୍ଜନ ଯାନୀ ପ୍ରମୁଖ ଚାଷି ଉପସ୍ଥିତ ଥିଲେ। ମଣ୍ଡି ପରିଚାଳନା ପାଇଁ କୋକସରା ପେକ୍ସ ସମ୍ପାଦକ ନିରଞ୍ଜନ ପ୍ରସାଦ ବାଗ, ଆରଏମସି କର୍ମଚାରୀ ଓ ମିଲ ମାଲିକ ଙ୍କ ପ୍ରତିନିଧି ମାନେ ଉପସ୍ଥିତ ରହି ଧାନ କ୍ରୟ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ