Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲିଫ୍ଟ କେନାଲ ରେ ଜଳସେଚନ ନେଇ ଡିପିଆର ପରିବର୍ତ୍ତନ ଦାବି,ଉପ ଜିଲ୍ଲାପାଳ ଙ୍କୁ ଭେଟିଲେ ସଚେତନ କୃଷକ ମଞ୍ଚ କର୍ମକର୍ତ୍ତା।

କଳାହାଣ୍ଡି:୦୭/୦୧(ସନତ ପ୍ରଧାନୀ)
ମେଗାଲିଫ୍ଟ କେନାଲ ରୁ ରବି ଚାଷ ପାଇଁ ଜୟପାଟଣା, କୋକସରା, ଧର୍ମଗଡ ବ୍ଲକ ର ୨୫ ହଜାର ରୁ ଉର୍ଦ୍ଧ ଚାଷଜମି କୁ ଜଳସେଚନ ଦାବିରେ ଦୀର୍ଘମାସ ହେବେ କୋକସରା ବ୍ଲକ ସଚେତନ କୃଷକ ମଞ୍ଚ ପକ୍ଷରୁ ସଂଗ୍ରାମ ଜାରି ରହିଛି।।ମେଗାଲିଫ୍ଟ ରୁ ଜଳସେଚନ ଦାବି ରେ ସଚେତନ କୃଷକ ମଞ୍ଚ କର୍ମକର୍ତ୍ତା ଓ ଚାଷି ପୂର୍ବରୁ ଅନଶନ ଧାରଣା ରାସ୍ତାରୋକ କରିବା ସତ୍ତ୍ୱେ ମଧ୍ୟ ଇନ୍ଦ୍ରାବତୀ ରେ ଜଳସ୍ତର କମ ଥିବା ଦର୍ଶାଇବା ସହ ଡିପିଆର ରେ କେବଳ ଖରିଫ ଚାଷ ପାଇଁ ଏକ କାଳୀନ ଜଳସେଚନ ନିର୍ଦ୍ଦେଶ ରହିଥିବା ଦର୍ଶାଇ ପରବର୍ତ୍ତୀ ସମୟରେ ବିଚାର କୁ ନିଆଯିବ ଓ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ବୋଳି ଇନ୍ଦ୍ରାବତୀ ଅଧିକାରୀ ଓ ପ୍ରଶାସନ ପକ୍ଷରୁ ଚାଷି ଙ୍କୁ ସାନ୍ତ୍ୱନା ଦେଇଥିଲେ। ତେବେ ପ୍ରଶାସନ ଏହି ନିର୍ଦ୍ଦେଶ କୁ କୃଷକ ମଞ୍ଚ ପକ୍ଷରୁ ପ୍ରତିବାଦ କରିବା ସହ ମେଗାଲିଫ୍ଟ କେନାଲ ରେ ଜଳସେଚନ ଦାବି ଓ ଇନ୍ଦ୍ରାବତୀ ବିଭାଗୀୟ ଡିପିଆର କୁ ପରିବର୍ତ୍ତନ କରିବା ପାଇଁ ଗତ ଶୁକ୍ରବାର କୃଷକ ସଚେତନ ମଞ୍ଚ ସଭାପତି ଶିବ ପ୍ରସାଦ ପ୍ରଧାନୀ,ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଓ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଙ୍କୁ ଭେଟି ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ। ଡିପିଆର ନିର୍ଦେଶନାମା କୁ ପରିବର୍ତ୍ତନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ନିଷ୍ପତ୍ତି ଗ୍ରହଣ ନକଲେ ୭ ତାରିଖ ମଙ୍ଗଳବାର ରେ ଇନ୍ଦ୍ରାବତୀ ମଙ୍ଗଳପୁର ବ୍ୟାରେଜ ରେ ଧାରଣା ଦେବାକୁ ଚାଷି ସଙ୍ଗଠନ ପକ୍ଷରୁ ଚେତାବନୀ ଦେଇଥିଲେ। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷି ଙ୍କ ଆନ୍ଦୋଳନ କୁ ପ୍ରତିହତ କରିବା ସହ ଡିପିଆର ରେ ପରିବର୍ତ୍ତନ କରିବା ପାଇଁ ରାଜ୍ୟ ସରକାର ଙ୍କୁ ଜଣାଇବା ସହ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ମଙ୍ଗଳବାର ହେବାକୁ ଥିବା ଚାଷି ଧାରଣା ସ୍ଥଗିତ ହୋଇଛି। ତେବେ ଏନେଇ ସୋମବାର ଧର୍ମଗଡ ଉପ ଜିଲ୍ଲାପାଳ ଧୀମାନ ଚକମା ଙ୍କୁ ସଚେତନ କୃଷକ ମଞ୍ଚ ର ଆବାହକ ଶିବ ପ୍ରସାଦ ପ୍ରଧାନୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଜୟଲାଲ ନାଏକ, ଶ୍ରୀନିବାସ ପ୍ରଧାନୀ,ଗୋବର୍ଦ୍ଧନ ବାଗ, ସୋନୁ ଅଗ୍ରୱାଲ ପ୍ରମୁଖ କର୍ମକର୍ତ୍ତା ଭେଟି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ମେଗାଲିଫ୍ଟ ରୁ ଖରିଫ ଓ ରବି ଚାଷ।ପାଇଁ ଜଳସେଚନ ସୁବିଧା,ଡିପିଆର ରେ ପରିବର୍ତ୍ତନ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ