କଳାହାଣ୍ଡି:୧୨/୦୧(ସନତ ପ୍ରଧାନୀ)
କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉପଲକ୍ଷେ ଧର୍ମଗଡ଼ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଦୁଇ ଦିନ ଧରି ଯୋଗ ଓ ଧ୍ୟାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏକ ସୁସ୍ଥ ଓ ନିରାମୟ ଜୀବନ ପାଇଁ ଯୋଗ ଓ ଧ୍ୟାନ ର ଉପାଦେୟତା ଉପରେ ଯୁକ୍ତ ରାଷ୍ଟ୍ର ଆମେରିକାରେ ବିଶେଷଜ୍ଞ ଭାବେ ପଞ୍ଜୀକୃତ ଯୋଗ ଓ ଧ୍ୟାନ ବିଶେଷଜ୍ଞ ଡାକ୍ତର ମୋନିକା ପରଶିରା ଶିବିରାର୍ଥି ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଦୈନନ୍ଦିନ ଜୀବନରେ ଚାପ ମୁକ୍ତ ହୋଇ ସାକାରାତ୍ମକ
ଭାବନା କୁ ଗ୍ରହଣ କରିବା ପାଇଁ ଯୋଗ ଓ ଧ୍ୟାନ ର ଉପକାରିତା ଉପରେ ଡାକ୍ତର ମୋନିକା ପ୍ରଦର୍ଶନ ଜରିଆରେ ପ୍ରଶିକ୍ଷଣ ଦେଇଥିଲେ। ଏହି ଶିବିରରେ ଡାକ୍ତର ମୋନିକାଙ୍କ ସ୍ବାମୀ ତଥା ଉପଜିଲ୍ଲାପାଳ ଧୀମାନ ଚକମା, ସିଦ୍ଧାର୍ଥ ଫାଉଣ୍ଡେସନ ର ସମ୍ପାଦକ ଆଚାର୍ଯ୍ୟ ହୃଷିକେଶ ମିଶ୍ର, ଧର୍ମଗଡ଼ ବ୍ୟବସାୟୀ ସଙ୍ଘ ର ସଭାପତି ବିଦ୍ୟାଧର ସାହୁ, ସତ୍ ସଙ୍ଗ ସେବା କେନ୍ଦ୍ର ର ସଦସ୍ୟ ବୃନ୍ଦ, ବିଜେପି ନେତା ହିମାଂଶୁ ପଣ୍ଡା, ବରିଷ୍ଠ ସାମ୍ବାଦିକ ଇଙ୍ଗିତ ପଣ୍ଡା, ବିଶ୍ଵ ହିନ୍ଦୁ ପରିଷଦର ଶ୍ରୀ ଜୟନ୍ତ ମୁଣ୍ଡ, ବ୍ରଜେଶ୍ ପଣ୍ଡା, ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ବିଭିନ୍ନ ଅନୁଷ୍ଠାନ ରୁ ଆସିଥିବା ପ୍ରତିନିଧି ଓ ଶିକ୍ଷକ, ଶିକ୍ଷୟତ୍ରୀ,ଛାତ୍ର ଛାତ୍ରୀ ମାନେ ଶିବିରରେ ପ୍ରଶିକ୍ଷଣ ନେଇଥିଲେ। ଏହି ଦୁଇ ଦିନିଆ ଯୋଗ ଓ ଧ୍ୟାନ ଶିବିର କୁ କ୍ରୀଡା କମିଟି ର ଅଧ୍ୟକ୍ଷ ସନ୍ତୋଷ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ।