Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ରୁ ପ୍ରୟାଗରାଜ ମହାକୁମ୍ଭ ମେଲା।କୁ ଗଡିଲା ଓଏସଆଟିସି ସ୍ବତନ୍ତ୍ର ବସ।

କଳାହାଣ୍ଡି:୧୩/୦୧(ସନତ ପ୍ରଧାନୀ)
ବିଶ୍ବ ସର୍ବବୃହତ ମେଲା ମହାକୁମ୍ଭମେଲା ପାଇଁ ଓଡ଼ିଶା ର ଚାରିଟି ସହର ରୁ ସ୍ବତନ୍ତ୍ର ବସ ସେବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଜୁଆଲ ମାଧ୍ୟମରେ ଶୁଭାରମ୍ଭ କରିଥିବାବେଳେ, ଭବାନୀପାଟଣା ରୁ ମଧ୍ୟ ମହାକୁମ୍ଭ ଯାତ୍ରା ବସ ଶୁଭାରମ୍ଭ ହୋଇଯାଇଛି।ବସରେ ୫୧ ଟି ସିଟ୍ କ୍ଷମତା ରହିଛି।ବସ ୨୮ ରୁ ୩୦ଘଣ୍ଟା ମଧ୍ୟରେ ପହଞ୍ଚାଇବ ।କଳାହାଣ୍ଡି ଜିଲ୍ଲା ର ଯାତ୍ରୀ ଙ୍କୁ ନେଇ ଏକ ସ୍ବତନ୍ତ୍ର ବସ ଭବାନୀପାଟଣା ରୁ ବାହାରି ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବ l ଏହି ବସ ସପ୍ତାହ ରେ ଦୁଇ ଦିନ ଭବାନୀପାଟଣା ରୁ ବାହାରି ନୂଆପଡା ଖରିଆର ହୋଇ ରାଇପୁର ଦେଇ ଅଯୋଧ୍ୟା ଯିବା ପାଇଁ ନିଦ୍ଧାରିତ କରାଯାଇଛି ।ଭବାନୀପାଟଣା ଘୁମୁରା ବସଷ୍ଟାଣ୍ଡ ରେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ, ଜିଲ୍ଲାପାଳ ସଚିନ ପାଓ୍ବାର , ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ , ପ୍ରମୁଖ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ।ବସ ଟିକେଟ ପୁରୁଷ ଯାତ୍ରୀ ମାନଙ୍କ ପାଇଁ ୬ହଜାର ୭ଶହ ୧୩ଟଙ୍କା ଥିବାବେଳେ ମହିଳା ମାନଙ୍କ ପାଇଁ ଅଧା ରେଟ ରେ ଯାତ୍ରା କରିପାରିବେ lବସ ସୁରକ୍ଷିତ ଭାବରେ ବାରଣାସି ଅଯୋଧ୍ୟା ମହାକୁମ୍ଭ ପ୍ରୟାଗରାଜ ଦର୍ଶନ କରିଆଣିବ ।ଆଜି କଳାହାଣ୍ଡି ଜିଲ୍ଲା ରୁ ସର୍ବାଧିକ ଯାତ୍ରୀ ଟିକେଟ କ୍ରୟ ହୋଇଥିବା କଳାହାଣ୍ଡି ଜିଲ୍ଲାପାଳ କହିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ