Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବ ଡ୍ରାଇଭର ଙ୍କ ନିଆଁରା ସ୍ୱାସ୍ଥ୍ୟ ଯତ୍ନ, ଟ୍ରକ ଆଗରେ ବ୍ୟାୟାମ, ଯୁବବର୍ଗ ଙ୍କ ପାଇଁ ଉଦାହରଣ।

କଳାହାଣ୍ଡି:୧୪/୦୧(ସନତ ପ୍ରଧାନୀ)
ପେଶା ରେ ଜଣେ ଟ୍ରକ ଡ୍ରାଇଭର, ହେଲେ ସ୍ୱାସ୍ଥ୍ୟ ର ଯତ୍ନ ପ୍ରତି ତାଙ୍କର ଯଥେଷ୍ଟ ନିଶା। ଦିନରାତି ଟ୍ରକ ଚଳାଇ ଯେତେବେଳେ ସକାଳ ହୁଏ ସେ ଯେଉଁଠି ବି ଥାଆନ୍ତୁ, ଟ୍ରକ କୁ ରାସ୍ତା କଡ ରେ ରଖି ଟ୍ରକ ଆଗରେ ବ୍ୟାୟାମ କରିବା ସହ ଶରୀର କୁ ସୁସ୍ଥ ରଖିବାକୁ ନିଆଁରା ପ୍ରୟାସ ଜାରି ରଖିଛନ୍ତି। ଯୁବ ଟ୍ରକ ଡ୍ରାଇଭର ଙ୍କ ନାଁ ହେଉଛି ମଲକିତ ସିଂ ଘର ତାଙ୍କ ପଞ୍ଜାବ ରାଜ୍ୟରେ, ମଙ୍ଗଳବାର ସେ ଜାତୀୟ ରାଜପଥ ୨୬ କୋକସରା କାଉଡୋଳା ରାସ୍ତା ର କଡ ରେ ଟ୍ରକ କୁ ସାଇଡ କରି ଟ୍ରକ ଆଗରେ ସକାଳୁ ବ୍ୟାୟାମ କରୁଥିବା ଦେଖିବାକୁ ମିଳିଥିଲା। ଟ୍ରକ ଡ୍ରାଇଭର ଟ୍ରକ ଆଗରେ ବ୍ୟାୟାମ କରୁଥିବା ଦେଖି ଆମ ପ୍ରତିନିଧି ତାଙ୍କ ସହିତ କିଛି କଥାବାର୍ତ୍ତା ହୋଇ ତାଙ୍କର ଏହି ନିଆଁରା ପ୍ରୟାସ କୁ ନେଇ ଆଲୋଚନା କରିଥିଲେ। ପରେ ତାଙ୍କୁ ପଚାରିବାରୁ ପିଲାଦିନରୁ ସେ ଫିଟନେସ ରହିବା ପାଇଁ ଜିମ ଯାଉଥିଲେ ,ପରେ ଡ୍ରାଇଭର ପେଶା ରେ ଆସିବା ପରେ ଯେତେବେଳେ ସମୟ ମିଳେ ଶରୀର କୁ ସୁସ୍ଥ ରଖିବା ପାଇଁ ଏମିତି ଟ୍ରକ କୁ ରଖି ବ୍ୟାୟାମ ଅଭ୍ୟାସ କରୁଥିବା କହିଛନ୍ତି। ସେ ବିହାର ରୁ ଟ୍ରକ ରେ ମାଲ ପରିବହନ କରି ହାଇଦ୍ରାବାଦ ଯାଉଥିବା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ