Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପି ନବ ନିର୍ବାଚିତ ମୋଟେର ମଣ୍ଡଳ ସଭାପତି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା।

କଳାହାଣ୍ଡି:୧୪/୦୧(ସନତ ପ୍ରଧାନୀ)
ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଗତ କିଛିଦିନ ତଳେ ଦଳ ର ନବ କଳେବର ହୋଇଥିବା ବେଳେ ରାଜ୍ୟର ସମସ୍ତ ବ୍ଲକ ଅନ୍ତର୍ଗତ ପ୍ରତି ମଣ୍ଡଳ ରେ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ କୋକସରା ବ୍ଲକ ମୋଟେର ମଣ୍ଡଳ ପକ୍ଷରୁ ମଙ୍ଗଳବାର ନବ ନିର୍ବାଚିତ ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା ଙ୍କୁ ଦଲୀୟ କର୍ମକର୍ତ୍ତା ଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ପ୍ରଥମେ ନବ ନିର୍ବାଚିତ ମୋଟେର ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା ଙ୍କୁ ଦଳୀୟ କର୍ମକର୍ତ୍ତା ମାନେ ଶୁଭେଚ୍ଛା ଜଣେଇବା ସହ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ଅନୁଷ୍ଠିତ ବୈଠକରେ ମଣ୍ଡଳ ସଭାପତି ଶ୍ରୀ ପଣ୍ଡା ସମସ୍ତ ଙ୍କୁ କୃତଜ୍ଞତା ଜଣାଇବା ସହ ଦଳୀୟ କାର୍ଯ୍ୟକ୍ରମ ରେ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ। ଏହି ସମ୍ବର୍ଦ୍ଧନା ସଭା ରେ ସମ୍ମାନିତ ଅତିଥି ଭାବେ କୋକସରା ମଣ୍ଡଳ ସଭାପତି ବସନ୍ତ ନାଗ, ମଣ୍ଡଳ ସମ୍ପାଦକ ତ୍ରିନାଥ ଶବର, ପୂର୍ବତନ ମୋଟେର ମଣ୍ଡଳ ଜିଲ୍ଲା ପରିଷଦ ସଭ୍ୟ ନୀଳକଣ୍ଠ ମାଝୀ,ପୂର୍ବତନ ମୋଟେର ମଣ୍ଡଳ ସଭାପତି ରାଧେଶ୍ୟାମ ଗୋପାଳ, ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ସୁଜିତ ସିଂ ରାଜପୁତ, ମୋଟେର ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଧବଳେଶ୍ବର ଗୋପାଳ ଉପସ୍ଥିତ ରହି ବିଜେପି ସରକାର ଙ୍କ ଲୋକାଭିମୁଖୀ ଯୋଜନା ଓ ବିକାଶ ଧାରା କୁ ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା କୁ ମତ ପ୍ରକାଶ କରିଥିଲେ। ନିଲାଞ୍ଚଲ ରାଉତ, ଅର୍ଜୁନ ନାଏକ, ନକୁଳ ଘି,ପ୍ରିୟବ୍ରତ ପଣ୍ଡା, ଶାନ୍ତନୁ ପଣ୍ଡା, ଅଚ୍ୟୁତାନନ୍ଦ ନାଏକ, ଅମିନ ରଣା,ଚୈତନ୍ୟ ଧରୁଆ,କମଳ ଲୋଚନ ଦଳପତି, କୁଶଧ୍ୱଜ ବେହେରା, ନାରିନେତ୍ରୀ ପ୍ରତିମା ପୁଝାରି,ରୁକ୍ମଣୀ ନାଏକ,ଉଜ୍ଜଲା କେତକୀ ପ୍ରମୁଖ କର୍ମକର୍ତ୍ତା ଏହି ସମ୍ବର୍ଦ୍ଧନା ସଭା ରେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ