Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଉତ୍ସବରେ ବିକାଶ ଆବାସିକ ବିଦ୍ୟାଳୟକୁ ସମ୍ବର୍ଦ୍ଧନା

କଳାହାଣ୍ଡି:୧୬/୦୧(ସନତ ପ୍ରଧାନୀ)
ବିକାଶ କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ , ଛାତ୍ର ଛାତ୍ରୀଙ୍କ ସାମଗ୍ରିକ ବିକାଶ ଦିଗରେ ମଧ୍ୟ ତତ୍ପର ରହିଛି । ଚଳିତ ବର୍ଷ ଅଗଷ୍ଟ ୧ ତାରିଖ “ସମ୍ବଲପୁରୀ ଦିନ ” ପାଳନ ଅବସରରେ ବିକାଶ ଆବାସିକ ବିଦ୍ୟାଳୟର ୩୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କୁ ନେଇ ଏକକାଳୀନ ସାମୁହିକ ସମ୍ବଲପୁରୀ ଗୀତ ଓ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଏହି ସାମୁହିକ ସମ୍ବଲପୁରୀ ସଙ୍ଗୀତ ଓ ନୃତ୍ୟ ପରବର୍ତ୍ତୀ ସମୟରେ ବିଚାରକ ମଣ୍ଡଳୀଙ୍କ ଦ୍ଵାରା ଅନୁଗୃହିତ ହୋଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ସ୍ଥାନିତ ହୋଇଥିଲା । ଏଣୁ ଏହି କୃତିତ୍ୱ ଗୋଗୁଁ ୨୭ ତମ “କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ” ପାଳନ ଅବସରରେ ବିକାଶ ଆବାସିକ ବିଦ୍ୟାଳୟକୁ ଜିଲ୍ଲା ପ୍ରଶାସନ ତରଫରୁ ରେଣ୍ଡୋ ମାଝି ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଡି.ରାମ କୁମାର, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତି ମିଶ୍ର ପ୍ରମୁଖ ଉପସ୍ଥିତ ରହି କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେବୀ ଙ୍କ କରକମଳରୁ ପୁଷ୍ପଗୁଚ୍ଛ , ଉପଢୌକନ ଓ ମାନପତ୍ର ଗ୍ରହଣ କରିଥିଲେ।ଏଥିରେ ଅନୁଷ୍ଠାନର ନିର୍ଦ୍ଦେଶକ , ପରିଚାଳନା ମଣ୍ଡଳୀ ସଦସ୍ୟ , ସମସ୍ତ ଅଧ୍ୟକ୍ଷ , ଉପାଧ୍ୟକ୍ଷ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅନୁଷ୍ଠାନର ସମସ୍ତ ଛାତ୍ର ଛାତ୍ରୀ ତଥା କର୍ମଚାରୀ ଜିଲ୍ଲା ପ୍ରଶାସନକୁ ଧନ୍ୟବାଡ ଜଣାଇବା ସହ ଖୁସି ବ୍ୟକ୍ତ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ