Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିକ ଅପ ଧକ୍କା ରେ ୨ ବାଇକ ଆରୋହି ମୃତ, ଜଣେ ଗୁରୁତର।

କଳାହାଣ୍ଡି:୧୬/୦୧(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ବୃନ୍ଦାବାହଲ ଗୋଳାମୁଣ୍ଡା ବିଜୁ ଏକ୍ସପ୍ରେସ ୱେ ରାସ୍ତା ର ରାମପଡା ଛକ ନିକଟରେ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଛି। ଏକ ବାଇକ ODO8 M 7677 ରେ ୩ ଜଣ ଯୁବକ ଯାଉଥିବା ବେଳେ ପଛପଟୁ ଆସୁଥିବା ଏକ ଛେଳି ବୋଝେଇ ପିକ ଅପ ଗାଡି (OD 10 F 7656) ଧକ୍କା ଦେଇ ଚଢି ଯିବାରୁ ବାଇକ ରେ ଥିବା ୩ ଜଣ ଯୁବକ ଙ୍କ ମଧ୍ୟରୁ ୨ ଜଣ ଯୁବକ ଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ମାନେ ହେଲେ ଗଣ୍ଡାମେର ଗ୍ରାମ ର ଭୋପାଳ ନାଏକ ଓ ଅନକାପୁର ଗ୍ରାମ ର କିଶୋର ନାଏକ ଓ ଗୁରୁତର ହେଲେ ଶୁକୁନି ମୁଣ୍ଡା ଗ୍ରାମ ର ପ୍ରତ୍ୟୁଷ ଟୋଲଟିଆ
ବୋଲି ପ୍ରାଥମିକ ସୂଚନା ରୁ ଜଣାପଡିଛି। ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ଗୋଳାମୁଣ୍ଡା ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ପିକ ଅପ ଗାଡି କୁ ଜବତ କରିଛି ଓ ଗୁରୁତର କୁ ଧର୍ମଗଡ଼ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। ତେବେ ଦୁର୍ଘଟଣା ପରେ ପିକ ଅପ ଗାଡି ଡ୍ରାଇଭର ଫେରାର ହୋଇଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories