Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ସ୍ତରୀୟ ମନରେଗା ଜନ ଶୁଣାଣି ଶିବିର ଅନୁଷ୍ଠିତ।

କଳାହାଣ୍ଡି:୧୬/୦୧(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ପଞ୍ଚାୟତ ସମିତି ସଭାଗୃହ ରେ ଗୁରୁବାର ଆର୍ଥିକ ବର୍ଷ ୨୦୨୪/୨୫ ବ୍ଲକ ସ୍ତରୀୟ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ଉପରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳା ରେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ,ଭାରପ୍ରାପ୍ତ ଉଦ୍ୟାନ କୃଷି ଅଧିକାରୀ ସୌରଭ କୁମାର ପାଣିଗ୍ରାହୀ, ମନରେଗା ସହାୟକ ଏପିଓ ସତିଶ କୁମାର ବେହେରା, ମନରେଗା ସହାୟକ ଜୟ ଶଙ୍କର ତାଣ୍ଡି ସମେତ ୨୨ ପଞ୍ଚାୟତ ର ସମିତି ସଭ୍ୟ, ସରପଞ୍ଚ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ,ଏଡିଓ ମାନେ ଉପସ୍ଥିତ ରହି ଆର୍ଥିକ ବର୍ଷ ୨୦୨୪/୨୫ ରେ ବ୍ଲକ ରେ ମନରେଗା ଯୋଜନା ରେ ହୋଇଥିବା କାର୍ଯ୍ୟ ଉପରେ ବିବରଣୀ ପ୍ରଦାନ କରିଥିଲେ। ମନରେଗା ଯୋଜନା ରେ ବ୍ଲକ ର ଶ୍ରମିକ କେମିତି କାର୍ଯ୍ୟ କରି ଆତ୍ମ ନିର୍ଭରଶୀଳ ହେବେ ଓ ସେମାନଙ୍କ ଜୀବନ ଜୀବିକା ରେ ଉନ୍ନତି ସାଧନ ହେବ ସେ ନେଇ ଉପସ୍ଥିତ ଅଧିକାରୀ ଓ ଜନ ପ୍ରତିନିଧିମାନେ ମତ ପ୍ରକାଶ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ