Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ଼ ଉପଖଣ୍ଡ କଳାହାଣ୍ଡି ଉତ୍ସଵ, ଦର୍ଶକ ଙ୍କ ମନ ମୋହିଳା ବଜାଶାଳ, ଘୁମୁରା ର ବୀର ବାଦ୍ୟ।

କଳାହାଣ୍ଡି, ୧୭/୦୧(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା ର ଲୋକ ସଂସ୍କୃତି ପରମ୍ପରା, ଲୋକନୃତ୍ୟ ଓ କଳାକାର ମାନଙ୍କ ମହା ସମାବେଶ ହେଉଛି କଳାହାଣ୍ଡି ଉତ୍ସବ ‘ଘୁମୁରା’ । ଜିଲ୍ଲାରୁ ଏହି ସାଂସ୍କୃତିକ ଧାରା ସାରା ରାଜ୍ୟ ତଥା ଦେଶକୁ ଯୋଡ଼ି ରଖିବାରେ ସଫଳ ହୋଇପାରିଛି ବୋଲି କଳାହାଣ୍ଡି ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଅତିଥିମାନେ ବକ୍ତବ୍ୟ ରେ କହିଥିଲେ | ଦ୍ବିତୀୟ ସନ୍ଧ୍ୟାର ଗୁରୁତ୍ଵପୂର୍ଣ୍ଣ ସମାରୋହ ଭଣ୍ଡାରଘରଣୀ ମଞ୍ଚରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ କଲା ଅନୁଷ୍ଠିତ ହୋଇଯାଇଛି। କଲହାଣ୍ଡି ଉତ୍ସବ ଅଧ୍ୟକ୍ଷ ତଥା ଉପ ଜିଲ୍ଲାପାଳ ଧୀମାନ ଚକମା ଙ୍କ ଅଧ୍ୟକ୍ଷତା ସଭାରେ ଅତିଥି ଭାବେ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପଟଯୋଶୀ ଯୋଗଦାନ କରିଥିଲେ । ପ୍ରଥମେ ଭଣ୍ଡାରଘରଣୀ ଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ଜ୍ୱଳନ କରିବା ପରେ ଧର୍ମଗଡ଼ ଶିଶୁମନ୍ଦିର ଛାତ୍ରଛାତ୍ର ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଧର୍ମଗଡ଼ ବୀଣାପାଣି ସାଂସ୍କୃତିକ ଅନୁଷ୍ଠାନ ଦ୍ବାରା ସମ୍ବଲପୁରୀ ନୃତ୍ୟ, ପୁରୀର ମୟୂର ନୃତ୍ୟ, ବରଗଡ଼ର ସମ୍ବଲପୁରୀ ନୃତ୍ୟ, ଆସାମର ବିହ୍ୟୁ ନୃତ୍ୟ, ରାଉରକେଲାର ଓଡିଶୀ ନୃତ୍ୟ, କୋରାପୁଟର ଢେମଶା, ହିମାଚଳ ର ହିମାଚଳି ନୃତ୍ୟ, ଜୁନାଗଢ କଳା ବିକାଶ କେନ୍ଦ୍ର ଦ୍ବାରା ଓଡିଶୀ, ମହାରାଷ୍ଟ୍ରର ଲାବଣୀ, କଟକର ମହରୀ, ନବଦୁର୍ଗା ସିଙ୍ଘମ ଭବାନୀପାଟଣାର ବଜାସାଲ ଓ ପରିଶେଷରେ ଗୀତକାର ଓ ଲୋକପ୍ରିୟ ଗାୟକ ବିଷ୍ଣୁ ମୋହନ କବି ଓ ସୌରଭ ନାଏକ, ସର୍ବେଶ୍ୱର ଭୋଇ ଏବଂ ସାଥୀଙ୍କ ଦ୍ବାରା ସଙ୍ଗୀତ ପରିବେଷଣ ରେ ବିଳମ୍ବିତ ରାତିରେ ବିମୋହିତ ହୋଇ ଉତ୍ସଵ ର ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ