Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତୀୟ ମଜଦୂର ସଙ୍ଘ ର ଜିଲ୍ଲା ଅଧିବେଶନ, ଶ୍ରମିକ ଙ୍କ ବକେୟା ବର୍ଦ୍ଧିତ ମଜୁରୀ ପ୍ରାପ୍ୟ ନେଇ ଦାବି।

କଳାହାଣ୍ଡି:୧୭/୦୧(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଡାକ ବଙ୍ଗଳା ଠାରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଭାରତୀୟ ମଜଦୂର ସଙ୍ଘ ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ମଜଦୂର ସଙ୍ଘ ର ଜିଲ୍ଲା ସଭାପତି ଦେବେନ୍ଦ୍ର କୁମାର ପାଟ୍ଟଯୋଶୀ ଙ୍କ ନେତୃତ୍ୱରେ ରେ କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ମଣ୍ଡି ରେ ନିୟୋଜିତ ହେମାଳ ଶ୍ରମିକ ମାନେ ଯୋଗ ଦେଇଥିଲେ। ଭାରତୀୟ ମଜଦୂର ସଙ୍ଘ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଅନେକ ଆନ୍ଦୋଳନ ଓ ଦାବି ପରେ ୨୦୨୨/୨୩ ରେ ମଣ୍ଡି ରେ କାର୍ଯ୍ୟରତ ଶ୍ରମିକ ଙ୍କ ପାଇଁ ସରକାର କ୍ୱିଣ୍ଟାଲ ପ୍ରତି ମଜୁରୀ ପ୍ରାପ୍ୟ ୮.୦୭ ରୁ ୧୩.୧୭ ଟଙ୍କା କୁ ବୃଦ୍ଧି କରିଥିଲେ । ତେବେ ବର୍ଦ୍ଧିତ ମଜୁରୀ ୨୦୨୩/୨୪ ରୁ ଲାଗୁ ହୋଇଥିବା ବେଳେ ପୂର୍ବର ୨୨/୨୩ ର ବର୍ଦ୍ଧିତ ମଜୁରୀ ଏଯାବତ ମିଳିନାହିଁ। ବାରମ୍ବାର ସରକାର ଙ୍କୁ ବର୍ଦ୍ଧିତ ପ୍ରାପ୍ୟ ଦେବାପାଇଁ ଦାବି ସତ୍ତ୍ୱେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଫଳରେ ମଣ୍ଡି ରେ ନିୟୋଜିତ ହେମାଳ ମାନେ ତାଙ୍କ ନ୍ୟାର୍ଯ୍ୟ ହକ ରୁ ବଞ୍ଚିତ ରହିଥିବା ନେଇ ଅଭିଯୋଗ କରିଛନ୍ତି। ଆଜି ର ଏହି ଅଧିବେଶନ ରେ ଜିଲ୍ଲା ମଜଦୂର ସଙ୍ଘ ର ସମ୍ପାଦକ ସୁରେନ୍ଦ୍ର ମୋହନ କର, ସମେତ ମଣ୍ଡି ହେମାଳ ସଙ୍ଘ ର ନେତା କୁଳ ପ୍ରଧାନୀ, ବିନୋଦ ମାଝୀ, ଯୁଧିଷ୍ଠିର ଦଳପତି,ଧନସିଂ ମାଝୀ, ପବିତ୍ର ମାଝୀ, ପରମେ ଗହୀର, ମୁରଲୀ ମାଝୀ,ରଘୁମଣି ରାଉତ, ପୁରନ୍ଧର ରାଉତ,ଲକ୍ଷ୍ମଣ କାଣ୍ଡ ସମେତ ଶତାଧିକ ହେମାଳ ଉପସ୍ଥିତ ରହି ସରକାର ଙ୍କୁ ଦାବି ଉପସ୍ଥାପନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ