Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଉନି ଗ୍ରାମ ଜନ ବସତି ମଧ୍ୟରେ ପଶି ଆସୁଛି ଭାଲୁ, ଲୋକେ ଭୟଭୀତ, ଜଙ୍ଗଲ ବିଭାଗ ସବୁ ଜାଣି ଅଜଣା।

କଳାହାଣ୍ଡି:୧୭/୦୧(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ଅନ୍ତର୍ଗତ ଶିଉନି ଗ୍ରାମ ଆଖପାଖରେ ଏକ ଭାଲୁ ଜନ ବସତି ମଧ୍ୟରେ ଦୀର୍ଘଦିନ ହେବ ବିଚରଣ କରୁଥିବା ଦେଖିବାକୁ ମିଳୁଛି। ଭାଲୁ ଟି ଗାଁ ନିକଟସ୍ଥ ଜଙ୍ଗଲ ରୁ ଖାଦ୍ୟ ଅନ୍ୱେଷଣ ରେ ପ୍ରତିଦିନ ଚାଲି ଆସି କେତେବେଳେ ରାସ୍ତା ଉପରେ ବୁଲୁଥିବା ବେଳେ କେତେବେଳେ ରାସ୍ତା କଡ଼ ରେ ଥିବା ପାଚେରୀ ଉପରେ ଚଢ଼ି ବୁଲୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ଏନେଇ ସ୍ଥାନୀୟ ଲୋକେ ନିକଟସ୍ଥ ଆମପାଣି ଜଙ୍ଗଲ ବିଭାଗ କୁ ଅଭିଯୋଗ ପରେ ମଧ୍ୟ ଜଙ୍ଗଲ ବିଭାଗୀୟ ଅଧିକାରୀ ମାନେ ଭାଲୁ ଘଉଡାଇବା ପାଇଁ କୌଣସି ପଦକ୍ଷେପ ନେଉ ନଥିବାରୁ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀ ଙ୍କ କହିବା ମତେ ଦୁଇ ଗୋଟି ଭାଲୁ ଦୀର୍ଘଦିନ ଧରି ଗାଁ ନିକଟରେ ରହିଛନ୍ତି। ଫଳରେ ଗ୍ରାମରେ ଲୋକେ ଦିନ ରେ କିମ୍ବା ରାତି ରେ ଘର ରୁ ବାହାରିବା ପୂର୍ବରୁ କାଳେ ଭାଲୁ କେଉଁଠି ଥିବା ଭାବି ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି। ପୂର୍ବରୁ ଏହି ଅଞ୍ଚଳ ରେ ଭାଲୁ ଆକ୍ରମଣ ରେ କିଛି ଲୋକ ମୃତ୍ୟୁବରଣ କରିଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଏଣୁ ଆମପାଣି ଜଙ୍ଗଲ କର୍ମଚାରୀ ମାନେ ଭାଲୁ କୁ ଘଉଡ଼ାଇ ଲୋକଙ୍କ ଜୀବନ ସୁରକ୍ଷା କରିବାକୁ ଦାବି କରିଛନ୍ତି। ଏନେଇ ଆମପାଣି ଫରେଷ୍ଟର ଚିତ୍ତରଞ୍ଜନ ବେହେରା ଙ୍କ ପ୍ରତିକ୍ରିୟା ନେବାରୁ ଭାଲୁ ର ଗତିବିଧି ଉପରେ ଆମ କର୍ମଚାରୀ ମାନେ ନଜର ରଖିଛନ୍ତି ଓ ଭାଲୁ କୁ ଜଙ୍ଗଲ କୁ ଘଉଡାଇବା ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି।