Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖବର ପ୍ରକାଶିତ ପରେ ଜଙ୍ଗଲ ବିଭାଗ ର ତତ୍ପରତା,ଧରା ହେଲା ଗୋଠ ଛଡା ଭାଲୁ,ଲୋକେ ଆଶ୍ୱସ୍ତ।

କଳାହାଣ୍ଡି:୨୦/୦୧(ସନତ ପ୍ରଧାନୀ)
ଦୀର୍ଘଦିନ ଧରି କୋକସରା ବ୍ଲକ ବରାଡ଼ଙ୍ଗା ପଞ୍ଚାୟତ ଶିଉନି ଗ୍ରାମ ଅଞ୍ଚଳ ରେ ଏକ ଗୋଠ ଛଡା ଭାଲୁ ଦିନ ଦ୍ବୀପହର ରେ ଗାଁ ରେ ଖାଦ୍ୟ ଅନ୍ୱେଷଣ ରେ ଗାଁ ର ବିଭିନ୍ନ ସ୍ଥାନରେ ବିଚରଣ କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜଙ୍ଗଲୀ ହିଂସ୍ରଜନ୍ତୁ କୁ ନେଇ ଏକ ପ୍ରକାର ଭୟ ର ବାତାବରଣ ସୃଷ୍ଟି ହୋଇଥିଲା। ଗ୍ରାମବାସୀ ମାନେ ଏନେଇ ସ୍ଥାନୀୟ ଆମପାଣି ଫରେଷ୍ଟ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସୂଚନା ଦେଇଥିଲେ। ଭାଲୁ ବିଚରଣ କରୁଥିବା ଖବର ବିଭିନ୍ନ ଗଣମାଧ୍ୟମ ସମେତ ପ୍ରମେୟ ଖବରକାଗଜ ରେ ଲଗାତାର ଖବର ପ୍ରକାଶିତ ହୋଇଥିଲା। ଏ ସମ୍ପର୍କିତ ଘଟଣା ଟି କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅଧିକାରୀ ଆର. କାଳାଇ ଭେନନ ଙ୍କ ଦୃଷ୍ଟି ଗୋଚର ହେବାପରେ ସୋମବାର ଦକ୍ଷିଣ ବନଖଣ୍ଡ ଜୀବଜନ୍ତୁ ଉଦ୍ଧାରକାରୀ ଦଳ ର ଏକ ଟିମ ସନ୍ଧ୍ୟାରେ ଶିଉନି ଗ୍ରାମ ରେ ପହଞ୍ଚି ନିକଟସ୍ଥ ଏକ ପରିତ୍ୟକ୍ତ ରାଇସ ମିଲ ମଧ୍ୟରୁ ଭାଲୁ କୁ ଟ୍ରାଙ୍କୁଲାଇଜର କରି ଯନ୍ତା ରେ ନେଇ ଯାଇଛନ୍ତି। ଦକ୍ଷିଣ ବନଖଣ୍ଡ ଡିଏଫଓ ଙ୍କ ନେତୃତ୍ୱରେ ଭାଲୁ ଉଦ୍ଧାର ସମୟରେ ଧର୍ମଗଡ଼ ରେଞ୍ଜର ଭବାନୀ ଶଙ୍କର କାଉର୍, ଆମପାଣି ଫରେଷ୍ଟର ଚିତ୍ତରଞ୍ଜନ ବେହେରା, କୋକସରା ପ୍ରାଣୀ ଚିକତ୍ସକ ଅଧିକାରୀ ସୁଜିତ କୁମାର ଶତପଥୀ, ଖରିଆର ପ୍ରାଣୀ ଚିକିତ୍ସକ ଅଧିକାରୀ ସଂଗ୍ରାମ କେଶରୀ, ସମେତ ରେପିଡ଼ ଆକ୍ସନ ଫୋର୍ସ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଟିମ ଉପସ୍ଥିତ ଥିଲେ।ତେବେ ଦୀର୍ଘଦିନ ପରେ ଆତଙ୍କ ସୃଷ୍ଟି କରିଥିବା ଭାଲୁ କୁ ଉଦ୍ଧାର ପରେ ସ୍ଥାନୀୟ ଗ୍ରାମବାସୀ ମାନେ ଆଶ୍ୱସ୍ତ ହୋଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ