Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମପାଣି ସରକାରୀ ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ।

କଳାହାଣ୍ଡି:୨୨/୦୧(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଆମପାଣି ସରକାରୀ ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୁଧବାର ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ଆମପାଣି ମଣ୍ଡଳ ବିଜେପି ସଭାପତି ମଧୁବନ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ଜନଜାତି ସ୍କୁଲ ରେ ରହିଥିବା ବିଭିନ୍ନ ସମସ୍ୟାକୁ ବିଧାୟକ ଙ୍କ ଜରିଆରେ ଉପସ୍ଥାପନା କରି ସମସ୍ୟାର ସମାଧାନ ପାଇଁ ନିବେଦନ କରିବି ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ବେହେରା କଲେଜ ଅଧ୍ୟାପକ ଅକ୍ଷୟ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆ, ମହିଳା ନେତ୍ରୀ ତିଳୋତ୍ତମା ନାଏକ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରୁଷିମଣି ମାଝି,ଉଚ୍ଚ ବିଦ୍ୟାଳୟ ଉପାଧ୍ୟକ୍ଷ ଜୟ ପାଳ, ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସିନ ହୋଇଥିଲେ। ବିଦ୍ୟାଳୟର ଛାତ୍ରୀମାନେ ସ୍ୱ।ଗତ ସଙ୍ଗୀତ ଗାନ କରିଥିଲେ । ପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ବିଦ୍ୟାଳୟ ବିବରଣୀପଠନ କରିଥିଲେ । ଅତିଥି ମାନେ ବିଦ୍ୟାଳୟ ଏବଂ ଛାତ୍ରଛାତ୍ରୀ ମାନଙ୍କ ବିକାଶ ଉପରେ ବିଶେଷ ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗି ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ଆଦି ପ୍ରଦାନ କରାଯାଇଥିଲା । ଏଥିରେ ବିଦ୍ୟାଳୟ ର ଯଶୋବନ୍ତ ମାଝି, ହିଡମ୍ବି ନାଏକ, ବୈଦ୍ୟନାଥ ଧଙ୍ଗଡା ମାଝୀ, ପ୍ରହଲ୍ଲାଦ ସାହୁ,ଝୁନୀରାଣୀ ସାହୁ, କୁଞ ବିହାରୀ ନାଗ, ଅମୁଲ୍ୟ ନାଏକ, ସୁନୀତା ନାହକ, ପ୍ରବଣ ଯୋଶୀ, ଚୈତନ୍ୟ ଚଲାନ, କାଦମ୍ବିନୀ ମାଝୀ,ପିନାକିନୀ ପ୍ରିୟ ଦର୍ଶିନି ସାହୁ,ଅରୁପା ନନ୍ଦ ସାହୁ, ଗୋବିନ୍ଦ ସୁଆର,ପୁଲସି ମହାନନ୍ଦ, ଥବିରାମ ହରିଜନ, ମାନିନୀ ହରିଚନ୍ଦନ,ଅରୁଣ ଦାସ, ପରମାନନ୍ଦ ପ୍ରଧାନି ଶ୍ୟାମସୁନ୍ଦର ଶବର, ଉମେଶ ଛତ୍ରିଆ, ପ୍ରମୋଦ ପଟେଲ, ସୁରେନ୍ଦ୍ର ମାଝି, ସଞିବ ଶବର, ଦେବରାଜ ମାଝୀ, ସସ୍ମିତା ସାହୁ, ଆଶା ରାଉତ, ମାଳତୀ ବାଣୁଆ,ତରୁଲତା ନାଏକ, ରଜନୀ ମାଝି, ପ୍ରମୁଖ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ବିଭିନ୍ନ ଦାୟିତ୍ଵ ସଵୁ ହାତକୁ ନେଇ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଖେଳ ଶିକ୍ଷକ ଅମୁଲ୍ୟ ନାଏକ ଏବଂ ସହ ଶିକ୍ଷକ ପ୍ରଣବ କୁମାର ଭାବରେ ମଞ୍ଚ ପରିଚାଳନା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ