Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ ଦୀପକ ପୁରସ୍କୃତ ।

କଳାହାଣ୍ଡି:୨୬/୦୧(ସନତ ପ୍ରଧାନୀ)
ଭବାନୀପାଟଣା ସ୍ଥିତ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ଦୀପକ ରଞ୍ଜନ ବେହେରା ରାଜ୍ୟ ସରକାରଙ୍କ – ଉଚ୍ଚଶିକ୍ଷା ବିଭାଗ ଦ୍ବାରା ଜାତୀୟ ସେବା ଯୋଜନାର ରାଜ୍ୟସ୍ତରୀୟ ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବରେ ପୁରସ୍କୃତ ହୋଇଛନ୍ତି। ଭୁବନେଶ୍ୱରସ୍ଥିତ -ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟର୍ସ ସଭାଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କୁ ପୁରସ୍କୃତ କରିଥିଲେ। ସମ୍ମାନିତ ଅତିଥୀ ଭାବେ ପ୍ରଫେସର ଗୀତାଞ୍ଜଳି ଦାସ କୁଳପତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ସୁଶ୍ରୀ ସରିତା ପଟେଲ ଆଞ୍ଚଳିକ ନିର୍ଦ୍ଦେଶିକା
ଜାତୀୟ ସେବା ଯୋଜନା ଆଞ୍ଚଳିକ ନିର୍ଦ୍ଦେଶାଳୟ ଭୁବନେଶ୍ବର ଓ ଡ. ରମେଶ ଚନ୍ଦ୍ର ବେହେରା ରାଜ୍ୟ ଜାତୀୟସେବା ଯୋଜନା ଅଧିକାରୀ ଉପସ୍ଥିତ ଥିଲେ। ଏହି ସଫଳତା ପାଇଁ ସେ ମା’ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସ୍ୱର୍ଗତ ସଞ୍ଜୟ ଶତପଥି, ବର୍ତ୍ତମାନର କୁଳପତି ଡ. ନିବେଦିତା ନାଥ, କୁଳସଚିବ ପୀତାମ୍ବର ଭୋଇ, କାର୍ଯ୍ୟକ୍ରମ ସଂଯୋଜକ ଡ.ଚିତ୍ତରଞ୍ଜନ ଖୁଣ୍ଟିଆ, ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ସମସ୍ତ ମିଡିଆ ବନ୍ଧୁଙ୍କୁ ଧନ୍ୟବାଦ ଦେବା ସହ ଏହି ପୁରସ୍କାର ଆଗକୁ ବଢ଼ିବାରେ ଆହୁରି ପ୍ରେରଣା ଦେବବୋଲି ଦୀପକ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ