Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ।

କଳାହାଣ୍ଡି:୨୬/୦୧(ସନତ ପ୍ରଧାନୀ)
ଭବାନୀପାଟଣା ସ୍ଥିତ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇ ଯାଇଛି । ଉକ୍ତ ଉତ୍ସବରେ ଶ୍ରୀ ପଙ୍କଜ ଚୌଧୁରୀ କମାଡେନଣ୍ଟ ୬୪ ବେଟାଲିଏନ, ଭବାନୀପାଟଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀ ଡି. ଶ୍ୟାମ ନିର୍ଦ୍ଦେଶକ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ଓଡ଼ିଶା , ଅନ୍ୟତମ ନିର୍ଦ୍ଦେଶକ ଶ୍ରୀ ଡି.ରାମ କୁମାର, ବି.ବି.ଏ, ବି.ସି.ଏ ବିଭାଗର ଅଧ୍ୟକ୍ଷ ଡ଼ ସୁଦୀପ୍ତ ଜେନା, ବିକାଶ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ଆଦିତ୍ୟ ପଟ୍ଟନାୟକ , ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଯୁବରାଜ ନାୟକ, ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର, ବିକାଶ ଆବାସିକ ବିଦ୍ୟାଳୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ମହାନ୍ତି , ଜେନେରାଲ ମ୍ୟାନେଜର ଗୁପ୍ତେଶ୍ୱର ଖୁଣ୍ଟିଆ ପ୍ରମୁଖ ମଞ୍ଚାସିନ ଥିଲେ । ଅଧ୍ୟକ୍ଷା ସୁଶ୍ରୀ ଆରତୀ ମିଶ୍ର ସ୍ବାଗତ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ଡ ଆଦିତ୍ୟ ପଟ୍ଟନାୟକ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ସ୍ୱର୍ଣିମ ଭାରତକୁ ଦୃଷ୍ଟିରେ ରଖି ଆମକୁ ଦୂର ଦୃଷ୍ଟି ସମ୍ପନ୍ନ ହୋଇ ଦେଶର ଉନ୍ନତିରେ ଭାଗୀଦାର ହେବାକୁ ଅତିଥିଗଣ ତାଙ୍କ ବକ୍ତବ୍ୟରେ ଗୁରୁତ୍ୱ ଆରୋପ କରିଥିଲେ । ପ୍ୟାରେଡ଼ ରେ ଶ୍ରେଷ୍ଠ ବିବେଚିତ ଦଳକୁ ରନିଂ ସିଲ୍ ପ୍ରଦାନ କରାଯାଇଥିଲା । ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ନୃତ୍ୟ ଓ ସଙ୍ଗୀତରେ ଶ୍ରେଷ୍ଠ ବିବେଚିତ ଦଳ ଗୁଡ଼ିକୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଅଧ୍ୟକ୍ଷ ଡ଼.ସୁଦୀପ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ଟିକୁ ସାଫଲ୍ୟ ମଣ୍ଡିତ କରିବାରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗ ରହିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ