Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁରେନ୍ଦ୍ର ସାଏ ବ୍ୟାଡ଼ମିଣ୍ଟନ ପ୍ରିମିଏର ଲିଗ-୨୦୨୫ର ଫାଇନାଲ ମ୍ୟାଚ, ସୋନପୁର ବିଜୟୀ

ସମ୍ବଲପୁର:ସୋମବାର ସନ୍ଧ୍ୟା ୭ ଟା ସମୟ ରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ଧନୁପାଲି, ଧମା ରୋଡ ସ୍ଥିତ ଗିରିଜା ନଗର ଠାରେ “ଶ୍ରୀ ବ୍ରଜ ଗୀରିରାଜ ସେବା ସଂସ୍ଥାନ ଟ୍ରଷ୍ଟ” ତଥା “ୱେଷ୍ଟେର୍ଣ ଓଡିଶା ସ୍ପୋର୍ଟ୍ସ ଏକାଡେମୀ ସମ୍ବଲପୁର ର ମିଳିତ ପ୍ରୟାସ ରେ ପ୍ରଥମ କରି ପଶ୍ଚିମ ଓଡ଼ିଶା ସ୍ଥାରୀୟ ଦୁଇ ଦିନିଆଁ ସୁରେନ୍ଦ୍ର ସାଏ ବ୍ୟାଡ଼ମିଣ୍ଟନ ପ୍ରିମିଏର ଲିଗ-୨୦୨୫ ର ଫାଇନାଲ ମ୍ୟାଚ ଆୟୋଜିତ ହୋଇ ଯାଇଛି।
ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ବିଧାୟକ ଶ୍ରୀ ଜୟନାରାୟଣ ମିଶ୍ର, ମୁଖ୍ୟ ବକ୍ତା ଭାବେ ବିଜେପି ର ବରିଷ୍ଠ ନେତା ଶ୍ରୀ ଦାମୋଦର କର, ସମ୍ମାନିତ ଅତିଥି ଭାବେ ବିଜେପି ର ପୂର୍ବତନ ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ସୂର୍ଯ୍ୟ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ବିଶେଷ ଯୁବ ସମାଜ ସେବୀ ତଥା CA ଶ୍ରୀ ଅମିତ୍ କୁମାର ସ୍ବାଇଁ ତଥା ବିଶେଷ ସମାଜ ସେବୀ ଓ ବିଜେପି ଯୁବ ନେତା ପ୍ରଭୁଦତ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
ଏହି ଅବସର ରେ ପ୍ରଥମେ କମିଟି ର ଚେୟରମେନ ଶ୍ରୀ ଦେବାଶିଷ ପୁରୋହିତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମଞ୍ଚ ରେ କମିଟି ର ସଂଯୋଜକ ଶ୍ରୀ ସୌରଭ ରଞ୍ଜନ ମହାପାତ୍ର, ସଭାପତି ଶ୍ରୀ ଉତ୍ପଳ ଦାସ, ଉପସଭାପତି ଦୀପକ ମଲ୍ଲିକ, ସମ୍ପାଦକ କୃତିବାସ ଦ୍ବିବେଦୀ, ସହ ସମ୍ପାଦକ ଦିନେଶ ମଲ୍ଲିକ ଓ କୋଷାଧ୍ୟକ୍ଷ ଶ୍ରୀ ସୁରଜ୍ ଗୁରୁ ପ୍ରମୁଖ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହା ପରେ ସମସ୍ତ ଅତିଥି ଦ୍ଵିପ ପ୍ରଜ୍ବଳନ କରିଥିଲେ।
ଏହି ଅବସର ରେ “ଶ୍ରୀ ବ୍ରଜ ଗିରିରଜ୍ ସେବା ସଂସ୍ଥାନ ଟ୍ରଷ୍ଟ” ତରଫ ରୁ ବିଶେଷ ଖେଳ ରତ୍ନ ସମ୍ମାନ ମୁଖ୍ୟ ଅତିଥି ଶ୍ରୀ ଜୟନାରାୟଣ ମିଶ୍ରଙ୍କ ଦ୍ଵାରା ଶ୍ରୀ ସୂର୍ଯ୍ୟ ପାଣିଗ୍ରାହୀଙ୍କୁ ତାଙ୍କର ଖେଳ ଜଗତ ରେ ରହିଥିବା ବିଶେଷ ପ୍ରତିଭା ପାଇଁ ପ୍ରଦାନ କରା ଯାଇ ଥିଲା।
ସର୍ବ ପ୍ରଥମେ ମୁଖ୍ୟ ଅତିଥି ଶ୍ରୀ ଜୟନାରାୟଣ ମିଶ୍ର ଙ୍କୁ ନିଜର ବକ୍ତବ୍ୟ ରଖିବା ପାଇଁ ଅନୁରୋଧ କରାଯାଇ ଥିଲା ଓ ତାଙ୍କ ପରେ ମୁଖ୍ୟ ବକ୍ତା ଶ୍ରୀ ଦାମୋଦର କର ନିଜ ବକ୍ତବ୍ୟ ରଖିଥିଲେ ଓ ଏହା ପରେ ସମସ୍ତ ସମ୍ମାନିତ ଅତିଥି ନିଜ ନିଜ ବକ୍ତବ୍ୟ ରଖିଥିଲେ ଓ ପରି ଶେଷ ରେ କମିଟି ର ସଂଯୋଜକ ଶ୍ରୀ ସୌରଭ ରଞ୍ଜନ ମହାପାତ୍ର ଅତିଥି ମାନଙ୍କୁ କମିଟି ର ନିମନ୍ତ୍ରଣ ରକ୍ଷା କରି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ରୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହା ପରେ ବିଧିବଦ୍ଧ ଭାବେ badminton tournament ଆରମ୍ଭ ହୋଇଥିଲା। ଏହି tournament ରେ ସମଗ୍ର ପଶ୍ଚିମ ଓଡ଼ିଶା ରୁ ସର୍ବ ମୋଟ ୫୦ ଟି ଦଳ ଅଂଶ ଗ୍ରହଣ କରିଥିଲେ। କମିଟି ର ନିଷ୍ପତ୍ତି ମୁତାବକ ଚାରି ଗୋଟି ବିଜେତା ଦଳ ପାଇଁ ପୁରସ୍କାର ର ବ୍ୟବସ୍ଥା କରା ଯାଇଥିଲା। ଏହି ନୀତି ଆଧାର ରେ ଆଠ ଟି ଦଳ Quarter Final ରେ ଚାରୋଟି ମ୍ୟାଚ୍ ଖେଳି ସେଥିରୁ ଚାରୋଟି ଦଳ Semi Final କୁ ଉନ୍ନିତ ହୋଇ ଥିଲେ। Semi final ରେ ଚାରୋଟି ଦଳ ଖେଳିବାର ସୁଯୋଗ ପାଇ ଦୁଇଟି ଦଳ Final ଖେଳିବାର ସୁଯୋଗ ପାଇଥିଲେ। ରାତି ପ୍ରାୟ ୨ ଟା ପର୍ଯ୍ୟନ୍ତ ଖେଳ ଚାଲିଥିଲା। କମିଟି ତରଫ ରୁ ଦିନେଶ ମାଲିକ ଓ କୈଳାସ ସେଠୀ ରେଫରି ଦାୟିତ୍ଵ ତୁଲାଇବା ସହ କୃତିବାସ ଦ୍ବିବେଦୀ, ବିଶ୍ୱଜିତ୍, ସୁବ୍ରତ, ସୁରଜ୍ ଗୁରୁ ପ୍ରମୁଖ ଖେଳ ପରିଚାଳନା ରେ ସହଯୋଗ କରିଥିଲେ।
ଏହି କ୍ରମ ରେ ସୋନପୁର ଦଳ ସମ୍ବଲପୁର ଦଳ କୁ ପରାଜିତ କରି ପ୍ରଥମ ପୁରସ୍କାର ବିଜେତା ହେବାରେ ସଫଳ ହୋଇ ଥିଲେ ଓ ସମ୍ବଲପୁର ଦଳ ଦ୍ଵିତୀୟ ବିଜେତା ହୋଇଥିଲେ। ସେହି ପରି ଦେବଗଡ଼ ଦଳ ଓ ବରଗଡ଼ ର ଦଳ ମଧ୍ୟରେ ମ୍ୟାଚ୍ ରେ ଦେବଗଡ଼ ଦଳ ବରଗଡ଼ ଦଳ କୁ ପରାଜିତ କରି ତୃତୀୟ ପୁରସ୍କାର ବିଜେତା ହୋଇ ବରଗଡ଼ ଦଳ ଚତୁର୍ଥ ପୁରସ୍କାର ର ବିଜେତା ହୋଇଥିଲେ। ଖେଳ ଶେଷ ହେବା ପରେ ରାତ୍ରି ପ୍ରାୟ ଦୁଇଟା ସମୟ ରେ ବିଜେତା ମାନଙ୍କୁ କମିଟି ର ଉପଦେଷ୍ଟା ପ୍ରଫେସର ଶ୍ରୀ ସୁରେଶ ଷଡ଼ଙ୍ଗୀ, ପ୍ରକାଶ ପଶାୟତ, ଚେୟାରମେନ ଦେବାଶିଷ ପୁରୋହିତ, ସଂଯୋଜକ ସୌରଭ ରଞ୍ଜନ ମହାପାତ୍ର, ସଭାପତି ଉତ୍ପଳ ଦାସ ଙ୍କ ଦ୍ଵାରା ପୁରସ୍କାର ବିତରଣ କରା ଯାଇଥିଲା। ପ୍ରଥମ ପୁରସ୍କାର ଆକାର ରେ ସୋନପୂର୍ ଦଳ କୁ ୮୦୦୮ ଟଙ୍କା ଧନ ରାଶି ସହ ଟ୍ରଫି, ଦ୍ଵିତୀୟ ପୁରସ୍କାର ଆକାର ରେ ସମ୍ବଲପୁର ଦଳ କୁ ୫୦୦୫ ଟଙ୍କା ଧନ ରାଶି ସହ ଟ୍ରଫି, ତୃତୀୟ ପୁରସ୍କାର ଆକାର ରେ ଦେବଗଡ଼ ଦଳ କୁ ୪୦୦୪ ଟଙ୍କା ଧନ ରାଶି ସହ ଟ୍ରଫି ଓ ଚତୁର୍ଥ ପୁରସ୍କାର ଆକାର ରେ ବରଗଡ଼ ଦଳ କୁ ୩୦୦୩ ଟଙ୍କା ଧନ ରାଶି ସହ ଟ୍ରଫି ପ୍ରଦାନ କରା ଯାଇଥିଲା। ପୁରସ୍କାର ବିତରଣ ପରେ କମିଟି ର ଉପଦେଷ୍ଟା ଧନ୍ୟବାଦ୍ ଅର୍ପଣ କରିଥିଲେ।