Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁଉଚ୍ଚ ସେତୁ ଓ ରାସ୍ତା ନିର୍ମାଣ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଧର୍ମଗଡ଼ ବିଧାୟକ।

କଳାହାଣ୍ଡି:୦୬/୦୨(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ର ଟିପିଗୁଡା ଏବଂ ଡୁମେରଗୁଡା ପଞ୍ଚାୟତ କୁ ସଂଯୋଗ କରୁଥିବା ଏକ ନାଳ ଉପରେ ଏକ ସୁଉଚ୍ଚ ପୋଲ ସହ ୨ କିମି ରାସ୍ତା ନିର୍ମାଣ ପାଇଁ ଗୁରୁବାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ସ୍ଥାନୀୟ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ। ରାଜ୍ୟ ସରକାର ଙ୍କ ତରଫରୁ ଏହି ଦୁଇ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପାଦନ କରିବା ପାଇଁ ୨ କୋଟି ୭୪ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇ ଟେଣ୍ଡର ପ୍ରକ୍ରିୟା ସରିଛି । ସୁଉଚ୍ଚ ପୋଲ ଦୁଇପାଖରେ ଏହା ସହିତ ୨ କିମି ପିଚୁରାସ୍ତା ମଧ୍ୟ ନିର୍ମାଣ କରାଯିବ । ଏହି ଦୁଇ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୨ ପଞ୍ଚାୟତ ସମେତ ଆଖପାଖର ସମସ୍ତ ପଞ୍ଚାୟତ ର ୪୦ଖଣ୍ଡ ଗ୍ରାମବାସୀ ଉପକୄତ ହେବେ । ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ କପିଳେଶ୍ବର ସିଂ,ସହକାରୀ ଯନ୍ତ୍ରୀ ଅନିରୁଦ୍ଧ ଦୋରା,କନିଷ୍ଠ ଯନ୍ତ୍ରୀ ରାଜେଶ ମଣ୍ଡଳ, ସମାଜସେବୀ କିଶୋର ଅଗ୍ରୱାଲ, ସମେତ ବିଜେପି ନେତା ହିମାଂଶୁ ପଣ୍ଡା, ଅପ୍ରେସ ସ୍ବାଇଁ, ଚତୁର୍ଭୁଜ ତାଣ୍ଡି, ସ୍ଥାନୀୟ ପଞ୍ଚାୟତ ମାନଙ୍କ ସରପଞ୍ଚ ଏବଂ ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ