Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସବିଆଇ ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି:୦୬/୦୨(ସନତ ପ୍ରଧାନୀ)
ଏସବିଆଇ ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନ ତରଫରୁ ସମାଜ କୁ ସଫା ସୁତୁରା ରଖିବା ପାଇଁ ନିରନ୍ତର ଉଦ୍ୟମ କଳାହାଣ୍ଡି ଜିଲ୍ଲାରେ ଜାରି ରଖିଛି। ଏହି ସଂସ୍ଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା କରି ଆସୁଛି।ଆଜି ଭବାନୀପାଟଣା ବ୍ଲକ ବେହେରାଗୁଡା ସ୍ଥିତ ଅଙ୍ଗନବାଡି କେନ୍ଦ୍ର ରେ ଉକ୍ତ କେନ୍ଦ୍ର ଓ ଉଚ୍ଚ ବିଦ୍ୟାଳୟ କୁ ପରିଷ୍କାର ପରିଚ୍ଛନ୍ନ କୁ ଦୃଷ୍ଟିରେ ରଖୀ ଅଙ୍ଗନବାଡି ସହଯୋଗୀ ଙ୍କ ଏବଂ ପ୍ରଧାନଶିକ୍ଷକ ଙ୍କ ଉପସ୍ଥିତି ରେ ରାମକି ଫାଉଣ୍ଡେସନର ଡାକ୍ତର ବିମଳ ଚରଣ ଷଡଙ୍ଗୀ ଭେଷଜ ବିତରକ ଜ୍ୟୋଷ୍ଣାମୟୀ ବେହେରା ଷ୍ଟାଫ ନର୍ସ ପଙ୍କଜିନି ରଣା ଏଲ ଟି ନିତୁ ନାୟକ ପାଇଲଟ ନିରଂଜନ ହାତୀ ଲିଙ୍ଗରାଜ ସ୍ୱାଇଁ ଙ୍କ ଦ୍ଵାରା ସେହି ଅଂଚଳ ଲାଗି ଆଜି ୨ ଟା (ଓଦା ଏବଂ ଶୁଖିଲା)ଆବର୍ଜନା କୁଣ୍ଡ ପ୍ରଦାନ କରାଯାଇଛି। ଏହା ପାଇ ସ୍ଥାନୀୟ ଅଞ୍ଚଳର ଅଂଚଳ ବାସୀ ଆଉ କେନ୍ଦ୍ର ର ଥିବା ମହିଳା ମାନେ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଏସବିଆଇ ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନ କୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ