Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମ ପରାୟଣ ଗଉନ୍ତିଆ ଙ୍କ ପରଲୋକ, ଅଞ୍ଚଳ ରେ ଶୋକ।

କଳାହାଣ୍ଡି:୦୭/୦୨(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ବଡ଼ କେନ୍ଦୁଗୁଡା ଗ୍ରାମ ର ଗଉନ୍ତିଆ ନିକୁଞ୍ଜ ବିହାରୀ ପଣ୍ଡା (୭୨) ଙ୍କ ଗୁରୁବାର ରାତିରେ ତାଙ୍କ ବାସଭବନରେ ହୃଦଘାତ ରେ ପରଲୋକ ଗମନ ହୋଇଛି। ସେ ଜଣେ ଧର୍ମ ପରାୟଣ,ମେଳାପୀ, ପରୋପକାରୀ, ନିଷ୍ଠାପର ବ୍ୟକ୍ତି ଭାବେ ନିଜ ଅଞ୍ଚଳ ରେ ପରିଚିତ ଥିଲେ। ତାଙ୍କ ଉଦ୍ୟମ ରେ ବଡ଼ କେନ୍ଦୁଗୁଡା ଗ୍ରାମ ରେ ଶ୍ରୀ ଶ୍ରୀ କାଳେଶ୍ୱର ମନ୍ଦିର ନିର୍ମାଣ ରେ ବଳିଷ୍ଠ ଯୋଗଦାନ ରାହିଥିଲା। ଶୁକ୍ରବାର ସକାଳୁ ଜ୍ଞାତି କୁଟୁମ୍ବ ପରିଜନ ମାନେ ତାଙ୍କର ଶେଷ ଦର୍ଶନ କରିବା ପରେ ଗ୍ରାମ ନିକଟସ୍ଥ ସ୍ମଶାନ ରେ ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା। ବଡ଼ପୁଅ ଆଦିତ୍ୟ ନାରାୟଣ ପଣ୍ଡା ଓ ସାନ ପୁଅ ଅନନ୍ତ ନାରାୟଣ ପଣ୍ଡା ମୁଖାଗ୍ନି ଦେଇଥିଲେ। ତାଙ୍କ ଶବଧାର ରେ ଶତାଧିକ ଆତ୍ମୀୟ ସ୍ଵଜନ ଗ୍ରାମବାସୀ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଗାଁ ଗଉନ୍ତିଆ ଙ୍କ ବିୟୋଗ ରେ ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ