Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଙ୍ଗାଲପାଲି କ୍ଲଷ୍ଟର ସ୍ତରୀୟ ନିପୁଣ ମେଳା ଉଦଯାପିତ।

କଳାହାଣ୍ଡି:୧୧/୦୨(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ସାଧନକେନ୍ଦ୍ର ରେଙ୍ଗାଲପାଲି ଆନୁକୂଲ୍ୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଶିକ୍ଷଣ ଉପକରଣ ପ୍ରଦର୍ଶନୀ ନିପୁଣମେଳା ଅନୁଷ୍ଠିତ ହୋଇଯାଇଅଛି l ଏଥିରେ କ୍ଲଷ୍ଟର ଅନ୍ତର୍ଗତ ୧୫ଗୋଟି FLN ବିଦ୍ୟାଳୟ ରୁ ଶତାଧିକ ଛାତ୍ର ଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରି ବିଭିନ୍ନ ଅଭିନଵ ସୃଜନାତ୍ମକ ଶିକ୍ଷଣ ଉପକରଣ ପ୍ରଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପାଟଣା ଶ୍ରୀ ପ୍ରେମ ନାରାୟଣ ପଣ୍ଡା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା , ଜିଲ୍ଲାପରିଷଦ ସଭ୍ୟ ଜୋନ-୨ ଶ୍ରୀ ଦେବ ପୁଝାରୀ , ସମିତି ସଭ୍ୟ ପ୍ରତିନିଧି ଭଇଁରିପାଲି ଗ୍ରାମ ପଞ୍ଚାୟତ ଶ୍ରୀ ଜିତେନ୍ଦ୍ର ମାଝୀ, ରେଙ୍ଗାଲପାଲି ଉ.ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲଳିତ କୁମାର ନାଏକ, ପ୍ରଧାନ ଶିକ୍ଷକ ଭଇଁରିପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶ୍ରୀ ହେମନ୍ତ କୁମାର ପାଣିଗ୍ରାହୀ , ବିଶିଷ୍ଟ ସାମ୍ବାଦିକ ଜୟପାଟଣା, ଶ୍ରୀ ଶରତ ରାଉତ ପ୍ରମୁଖ ଯୋଗଦାନ କରି ନିପୁଣ ଓଡ଼ିଶାର ଲକ୍ଷ ଓ ବୈଶିଷ୍ଟ୍ୟ ସମ୍ପର୍କରେ ଅଭିଭାଷଣ ପ୍ରଦାନ ପୂର୍ବକ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ l ଏହି ଅବସରରେ ସିଆର୍ସିସି କୁଚାଗାଁ ଶ୍ରୀ ଅନନ୍ତ ନାରାୟଣ ପଣ୍ଡା ମଞ୍ଚ ପରିଚାଳନା କରିଥିବାବେଳେ ବିମଳା ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ରମାକାନ୍ତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଆଞ୍ଚଳିକ ସାଧନ କେନ୍ଦ୍ର
ସଂଯୋଜକ ରେଙ୍ଗାଲପାଲି ଶ୍ରୀ ବେଦବର ନିଆଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସମ୍ପାଦିତ ଓ ପରିଚାଳିତ ହୋଇଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ