କଳାହାଣ୍ଡି:୧୩/୦୨
ବିଜେପି ସରକାର ନିର୍ବାଚନ ସମୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି କରିବା ପ୍ରତିଶୃତି ଦେଇଥିଲେ। କିନ୍ତୁ ମୋହନ ସରକାର ଗଠନର ପ୍ରଥମ ବଜେଟ୍ ରେ ୮୦ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ଯ ଏବଂ ୮୦% ଉର୍ଦ୍ଧ୍ବ ଭିନ୍ନକ୍ଷମମାନଙ୍କୁ ହିଁ ଭତ୍ତା ୩୫୦୦ଟଙ୍କା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ। ତେଣୁ ଗତ କାଲି “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ ତରଫରୁ ଭବାନୀପାଟଣା ମୁନିସିପାଲିଟିର ୱାର୍ଡ ନଂ-୦୫ ଜୋର ପଡାର ୪୦ରୁ ଉର୍ଦ୍ଧ୍ବ ଭତ୍ତା ହିତାଧିକାରୀଙ୍କୁ ନେଇ ଏକ ସଭାର ଆୟୋଜନ ହୋଇଯାଇଅଛି । ବୈଠକରେ ସଂଗଠକ ଲକ୍ଷ୍ମୀନାରାୟଣ ପଣ୍ଡା ଯୋଗଦାନ ଦେବା ସହ ଆସନ୍ତା ୧୭ତାରିଖରେ ହେବାକୁ ଥିବା ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ ସମୟରେ ମୋହନ ସରକାର ନିଜର ପ୍ରକୃତ ପ୍ରତିଶୃତି ପାଳନ କରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଭତ୍ତା ପାଉଥିବା ଭତ୍ତା ୩୦୦୦ଟଙ୍କା ବଜେଟ୍ ରେ ଉଲ୍ଲେଖ କରନ୍ତୁ ନଚେତ୍ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ବରିଷ୍ଠ ସଦସ୍ଯ ନିରୋଦ କୁମାର ରାଉତ, ନାରୀ ନେତ୍ରୀ କବିତା ରାଉତ, ଚାଷୀ ନେତା ଲିଙ୍ଗରାଜ ପ୍ରଧାନ ଓ ମଧୁଲାଲ ନାଏକ ଉଦବୋଧନ ଦେବା ସହ ସମସ୍ତ ଭତ୍ତାଧିକାରୀ ନିଜର ହକ୍ ନ ପାଇବା ଯାଏଁ ଭବାନୀପାଟଣାରୁ ଭୂବନେଶ୍ୱର ପର୍ଯ୍ୟନ୍ତ ଜୋରଦାର ଲଢେଇ ହେବ ବୋଲି କହିଥିଲେ । ଏହି ବୈଠକକୁ ସଫଳ କରିବା ପାଇଁ ସଦସ୍ଯ ଶ୍ରୀୟା ଚନ୍ଦନ ଓ ସୌମ୍ୟରଂଜନ କର ପ୍ରମୁଖ ସହଯୋଗ କରିଥିଲେ।
ପ୍ରତିଶୃତି ଭତ୍ତା ୩୦୦୦ଟଙ୍କା ପୁରଣ ଦାବି ନେଇ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନର ସଭା।
