Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୃହଣି ରୁ ସଫଳ ମହିଳା ଗୋଚାଷୀ,ଗୋପାଲନ କରି ରାଜ୍ୟ ସରକାର ଙ୍କୁ ଠାରୁ ସମ୍ବର୍ଦ୍ଧିତ।।

କଳାହାଣ୍ଡି:୧୭/୦୨(ସନତ ପ୍ରଧାନୀ)
ପେଶା ରେ ଜଣେ ଗୃହଣି, ହେଲେ ଗୋପାଲନ କରି ଜଣେ ମହିଳା ସଫଳ ଗୋ ଚାଷି ଭାବେ ମତ୍ସ ଓ ପ୍ରାଣୀ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱର ଠାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସଵ ରେ ରାଜ୍ୟ ସରକାରଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ଗ୍ରାମ ର ସରପଞ୍ଚ ତଥା ରାଜ୍ୟ ଓମଫେଡ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ ଙ୍କ ସହ ଧର୍ମିଣୀ ଶ୍ରୀମତୀ ସାରଙ୍ଗିନୀ ପ୍ରଧାନୀ ଙ୍କୁ ଭୁବନେଶ୍ୱର ରେ ମତ୍ସ୍ୟ ଓ ପ୍ରାଣି ମନ୍ତ୍ରଣାଳୟ ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଦୀର୍ଘବର୍ଷ ହେବ ସାରଙ୍ଗିନୀ ଗୋ ପାଳନ ପାଇଁ ନିଜ ପ୍ରଚେଷ୍ଟା ରେ ବିଭିନ୍ନ ପ୍ରଜାତିର ଗାଈ ଆଣି ଗୋପାଲନ ଆରମ୍ଭ କରିଥିଲେ। ଗୋପାଲନ ରୁ ସେ କ୍ଷୀର,ଦହି, ଲହୁଣୀ ବିକ୍ରି କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରି ନିଜେ ସ୍ୱାବଲମୀ ହେବା ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ତାଙ୍କର ଏହି ସଫଳତା ପଛରେ ସ୍ୱାମୀ ଙ୍କ ପ୍ରୋତ୍ସାହନ ଓ ପରିବାର ର ସହଯୋଗ ମଧ୍ୟ ମିଳିଛି।ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ବର୍ଦ୍ଧିତ ହେବା ପରେ ବିଭିନ୍ନ ମହଲ ରୁ ମହିଳା ଗୋ ଚାଷି ଶ୍ରୀମତୀ ପ୍ରଧାନୀ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ