Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩୩ ବର୍ଷ ପରେ ଏକାଠି ହେଲେ ପାୟଗ ପାତ୍ର ପରିବାର, ମହା ଆଡମ୍ବରରେ ପାଟଯାତ୍ରା ମହୋତ୍ସବ ଅନୁଷ୍ଠିତ ।

କଳାହାଣ୍ଡି:୧୮/୦୨(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବତାସିଗୁଡା ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି। ମଙ୍ଗଳବାର କଲସ ଯାତ୍ରା ସହ ପାଟଯାତ୍ରା ଆରମ୍ଭ ହୋଇଥିବା ବେଳେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ରୁ ଶତାଧିକ ବଂଶଜ ବନ୍ଧୁ ବାନ୍ଧବ ଏହି ପାଟଯାତ୍ରା ରେ ସାମିଲ ହୋଇଥିଲେ।।ମଙ୍ଗଳବାର ପାୟଗ ପାତ୍ର ପରିବାର ର ଆରାଧ୍ୟ ଦେବତା ବାବା ଭୈରବ ଦେବ ଓ ଦେବୀ କାଳୀ ସୁନ୍ଦରୀ ଙ୍କୁ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ସମସ୍ତେ ଦେବାଦେବୀ ଙ୍କ ଆଶିଷ ଭିକ୍ଷା କରି ପରିବାର ର ମଙ୍ଗଳ କାମନା କରିଥିଲେ। ପାଟଯାତ୍ରା ମହୋତ୍ସବ ସଭାପତି ରଣ ସାଏ ପାତ୍ର ଙ୍କ ସଭାପତିତ୍ୱ ରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷାବିଦ ତଥା ନାଟ୍ୟଗୁରୁ ବନମାଳୀ ମାଝୀ, ସମ୍ମାନିତ ଅତିଥି ଭାବେ କୈଳାଶ ଚନ୍ଦ୍ର ମାଝୀ,ମୁଖ୍ୟ ଅତିଥି ପୂର୍ବତନ ସାଂସଦ ନବରଙ୍ଗପୁର ପର୍ଶୁରାମ ମାଝୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଡାବୁଗାଁ ଭୁଜବଲ ମାଝୀ, ଜିଲ୍ଲା ଭତରା ସମାଜ ସଭାପତି ନବରଙ୍ଗପୁର ଅର୍ଜୁନ ଭତରା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉମର କୋଟ ଗୋପାଳ ଚନ୍ଦ୍ର ପୁଝାରି, ଜିଲ୍ଲା ଭତରା ସମାଜ ସଭାପତି କୈଳାଶ ଚନ୍ଦ୍ର ମାଝୀ, ଜୟପାଟଣା ବ୍ଲକ ଆଦିବାସୀ ସଂଘ ସଭାପତି ମନୋଜ ପାତ୍ର, ଭତରା ଜନ କଲ୍ୟାଣ ସମିତି ବୃନାବନ ପୁଝାରି, ସଭାପତି ଭତରା ସମାଜ କୋକସରା ସୁଧୀର ପାତ୍ର, ଓକିଲ ସଂଘ ସଭାପତି ଗଙ୍ଗାଧର ପାତ୍ର, ଜିଲ୍ଲା ଭତରା ସମାଜ ସମ୍ପାଦକ ଋତୁରାଜ ମାଝୀ,ଭତରା ସମାଜ ଉପ ସଭାପତି ଗରୁଡ଼ ଧ୍ଵଜ ମାଝୀ,ଭତରା ସମାଜ ଉପଦେଷ୍ଟା ଗୋପିଚନ ନାଏକ, ଜନ କଲ୍ୟାଣ ସମିତି ଉପ ସଭାପତି ଦୟାନିଧି ପୁଝାରି, ବିଜେପି ନେତା ମଧୁବନ ପାତ୍ର, ପୂର୍ବତନ ଜିଲ୍ଲା ଭତରା ସମାଜ ସଭାପତି ନୀଳକଣ୍ଠ ମାଝୀ, ସମାଜସେବୀ କୋଟପାଡି ବିଜୟ ଦିଶାରୀ, ଡାକ୍ତର ପରମାନନ୍ଦ ପୁଝାରି, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନବରଙ୍ଗପୁରଭାଗିରଥି ନାଏକ, ଯୋଗଦେଇ ଦିର୍ଘ ୩୩ ବର୍ଷ ପରେ ପାଳନ ହେଉଥିବା ପାୟଗ ପାତ୍ର ପରିବାର ପାଟଯାତ୍ରା ଭାଇଚାରା ର ନିଦର୍ଶନ ସହ ସମାଜ ରେ ଏକତା ର ଭାବ କୁ ସୁଦୃଢ଼ କରିଛି ବୋଳି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ କୁ ଜିଲ୍ଲା ଭତରା ସମାଜ କର୍ମଚାରୀ ସଂଘ ର ସଭାପତି ଇଂ ତ୍ରୁପ କୁମାର ପାତ୍ର ମଞ୍ଚ ସଂଯୋଜନା ସହ ଉପସ୍ଥାପନା କରିଥିଲେ । ଏହି ଅବସର ରେ ପାତ୍ର ପରିବାର ପକ୍ଷରୁ ପାଟଯାତ୍ରା କାର୍ଯ୍ୟକ୍ରମ ରେ ଶଶୀ କୁମାର ପାତ୍ର, ବାମଦେବ ପାତ୍ର,ରାମ ପାତ୍ର, ଦୁଲ୍ଲଭ ପାତ୍ର, ପୂଜକ ମଧୁ ପାତ୍ର,ମଦନ ମୋହନ ପାତ୍ର,ମକରନ୍ଦ ପାତ୍ର, ଦୁଷ୍ମନ୍ତ ପାତ୍ର, ମନୋହର ପାତ୍ର, ମଞ୍ଜିତ ପାତ୍ର,ଗଙ୍ଗାଧର ପାତ୍ର, ଅନ୍ତ ପାତ୍ର,ପର୍ଶୁରାମ ପାତ୍ର, ଲକ୍ଷ୍ମଣ ପାତ୍ର,ଟୁନୁ ପାତ୍ର, ଶୋଭା ପାତ୍ର, ଋଷିମଣି ପାତ୍ର, ମନୁ ପାତ୍ର, ଗୋବର୍ଦ୍ଧନ ପାତ୍ର, ମୋହନ ପାତ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ଜରିଗୁମା, କୁକୁଡି, ଘଣ୍ଟିଗୁଡା ଚାଚିଗୁଡା ସମେତ ନବରଙ୍ଗପୁର ଜିଲ୍ଲା ରୁ ଶତାଧିକ ବଂଶୀୟ ବନ୍ଧୁ ବାନ୍ଧବ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ