Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସର୍ବ ମଙ୍ଗଳା ୟୁପି ସ୍କୁଲ, କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଉତ୍କର୍ଷ ଅନୁଷ୍ଠିତ।

କଳାହାଣ୍ଡି:୨୦/୦୨
ସମ୍ବାଦଦାତା–ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ସର୍ବ ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତଥା କସ୍ତୁରବା ଗାନ୍ଧୀ ବାଳିକା ଆବାସିକ ବିଦ୍ୟାଳୟ ଚିଲିଗୁଡା ରେ ବାର୍ଷିକ ଉତ୍ସବ ଉତ୍କର୍ଷ ୨୫ ଅନୁଷ୍ଠିତ ହୋଇଯାଇଛି। ଉତ୍କର୍ଷ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପରିଚାଳନା ସଭାପତି ବ୍ୟୋମକେଶ ପଣ୍ଡା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ,ମୁଖ୍ୟ ବକ୍ତା ଭାବେ ନୋଡାଲ ସିଆରସିସି ବୈକୁଣ୍ଠ ଜାଲ, ସମ୍ମାନିତ ଅତିଥି ଭାବେ ଏବିଇଓ ଆଲୋରାଣୀ ହଲଦାର,ଦୟାନିଧି ପାଢ଼ୀ,ବରିଷ୍ଠ ଶିକ୍ଷାବିଦ ମିନିକେତନ ପ୍ରଧାନୀ, ସମିତି ସଭ୍ୟା ଗାୟତ୍ରୀ ପଣ୍ଡା, ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ମୁକ୍ତା ଖମାରି, ଦୁର୍ଯୋଧନ ନାଏକ,ବିରଞ୍ଚି ନାରାୟଣ ବାଗ, ସରଜୁ ପ୍ରସାଦ ସାହୁ,କଳ୍ପନା ମଞ୍ଜରି ସିଂ ଯୋଗଦେଇ ବାର୍ଷିକ ଉତ୍ସବ ଅବ୍ୟାହତ ପୂର୍ବରୁ ଅଗ୍ରଦେଵ ଗଣେଶ ଙ୍କୁ ପୂଜାର୍ଚ୍ଚନା କରିବା ପରେ ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାଳୟ ହେଉଛି ଶିକ୍ଷା ର ଏନ୍ତୁଡ଼ିଶାଳା ଏଠି ଆମେ ଶିକ୍ଷା ଗ୍ରହଣ ସହ ଜୀବନ ରେ ଶୃଙ୍ଖଳା ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମାର୍ଗଦର୍ଶନ ରେ ଜୀବନ ଗଢିବା ର ପ୍ରେରଣା ମିଳେ ବୋଳି କହି ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଶିକ୍ଷକ ସୁମନ ଅର୍ପିତ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷୟତ୍ରୀ ଗାୟତ୍ରୀ ଲେଙ୍କା ବାର୍ଷିକ ବିବରଣୀ ପଠନ କରିଥିଲେ। କାର୍ଯ୍ୟକ୍ରମ କୁ ଶିକ୍ଷକ ଲକ୍ଷ ରାମ ନାଏକ ମଞ୍ଚ ସଂଯୋଜନା କରିଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତ୍ତି ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା। ବାର୍ଷିକ ଉତ୍ସବ ଉତ୍କର୍ଷ ଅବସରରେ ଛାତ୍ରଛାତ୍ରୀ ମାନେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ରେ ସୁମନ ଅର୍ପିତ ପଣ୍ଡା,ଭାଗ୍ୟଶ୍ରୀ ଗିରି,ଗୀତାଞ୍ଜଳି ଗିରି, କିଶନ ଲାଲ ଧଙ୍ଗଡାମାଝୀ, ଗାୟତ୍ରୀ ଲେଙ୍କା, ତରୁଲତା ସିଂ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ଙ୍କ ଅଭିଭାବକ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ