ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ମହକୁମା ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ସୁବର୍ଣ୍ଣପୁର ଜିଲ୍ଲା ନବ ନିର୍ବାଚିତ ବିଜେପି ସଭାପତି ବେଣୁଧର ଦାଶଙ୍କୁ ଆନୁଷ୍ଠାନିକ ଭାବରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଅନୁଷ୍ଠାନର ଉପ ସଭାପତି ସୌମିତ୍ରୀ ମେହେର ପୌରୋହିତ୍ୟ କରିଥିଲେ । ସଂପାଦକ ସନ୍ତୋଷ ଷଡ଼ଙ୍ଗୀ ମଞ୍ଚାସୀନ ଥିଲେ । କୋଷାଧ୍ୟକ୍ଷ ଦୟାନିଧି ହୋତା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଡ.ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିଲେ । ଜିଲ୍ଲା ବିଜେପି ସଭାପତି ଶ୍ରୀ ଦାସ୍ ତାଙ୍କର ବକ୍ତବ୍ୟରେ ଅନୁଷ୍ଠାନର ମୌଳିକ ଦାବି ଗୁଡିକ ସରକାରଙ୍କ ଦୃଷ୍ଟିକୁ ଆଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ବାସୁଦେବ ପଣ୍ଡା , ବଳରାମ କାଣ୍ଡ , ଦିଲ୍ଲିପ ତ୍ରିପାଠୀ , ଚମରା ମହାକୁର , ଶିବ ରମଣ ପଣ୍ଡା , ବାସୁଦେବ ରଥ , ଶ୍ୟାମ ସୁନ୍ଦର ସେଠି , ଅକ୍ରୂର ଚରଣ ଦନ୍ତା , ସୁରୁ ସାହୁ , ସନ୍ତୋଷ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅନୁଷ୍ଠାନର ପୂର୍ବତନ ସଭାପତି ଭଗବାନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ବରିଷ୍ଠ ନାଗରିକ ସଂଘ ପକ୍ଷରୁ ନବ ନିର୍ବାଚିତ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ସଭାପତି ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
