Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଲିଆଭଟା ଗାଁ ରେ ଅଘଟଣ,କୂଅ ରେ ପଡି ଶିଶୁ ର ମୃତ୍ୟୁ।

କଳାହାଣ୍ଡି:୨୧/୦୨
କଳାହାଣ୍ଡି ଜିଲ୍ଲା କଲମପୁର ଥାନା କୁଟରୁ ଫାଣ୍ଡି ଅଧୀନ ରେ ଥିବା ଖଲିଆଭଟା ଗ୍ରାମ ରେ ଅଘଟଣ ଦେଖିବାକୁ ମିଳିଛି। ଗ୍ରାମର ଅଗସ୍ତି ତାଣ୍ଡି ଓ ହରିପ୍ରିୟା ତାଣ୍ଡି ଙ୍କ ଅଢେଇ ବର୍ଷ ର ଶିଶୁ ପୁତ୍ର ଅଧିରାଜ ତାଣ୍ଡି (୨.୫) ବର୍ଷ ଙ୍କ ମୃତଦେହ ଘର ନିକଟରେ ଥିବା ଏକ କୂଅ ରୁ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଛନ୍ତି। ସୂଚନା ମତେ ଆଜି ମଧ୍ୟାହ୍ନ ରୁ ଶିଶୁ ଅଧିରାଜ ନିଖୋଜ ରହିଥିବା ବେଳେ କିଛି ସମୟ ପରେ ପରିବାର ଲୋକେ ଶିଶୁ କୁ ଖୋଜାଖୋଜି କରିବାରୁ କୌଣସି ସନ୍ଧାନ ପାଇ ନଥିଲେ ।ପରେ ଘର ନିକଟରେ ଥିବା କୂଅ କୁ ଯାଇ ଦେଖିବା ବେଳକୁ ଶିଶୁ ଟି ପାଣି ରେ ଭାସୁଥିବା ଦେଖି ପରିବାର ଲୋକେ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ, ହେଲେ କୂଅ ଟି ଗଭୀର ଥିବା କାରଣରୁ କୋକସରା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଘଟଣାସ୍ଥଳରେ କୋକସରା ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ ବାଘ ଓ ଟିମ ପହଞ୍ଚି କୂଅ ରୁ ଶିଶୁ କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ । ଖବର ଲେଖିବା ପର୍ଯ୍ୟନ୍ତ ଘଟଣାସ୍ଥଳରେ କୁଟରୁ ଫାଣ୍ଡି ଏସଆଇ ଉପସ୍ଥିତ ରହି ମୃତ ଶିଶୁ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ