ବୀରମହାରାଜପୁର : ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀ ଜଗନ୍ନାଥ ମହୋତ୍ସବ ପାଇଁ ଶନିବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଆସନ୍ତା ମାର୍ଚ୍ଚ ୧୯ ତାରିଖ ଠାରୁ ସୋନପୁର ସ୍ଥିତ ରାମେଶ୍ୱର ଷ୍ଟାଡିୟମ ଠାରେ ହେବାକୁ ଥିବା ଶ୍ରୀଜଗନ୍ନାଥ ମହୋତ୍ସବ ପାଇଁ ଆଜି ପ୍ରସ୍ତୁତି ବୈଠକ ରେ ସଂଯୋଜକ ଗଦାଧର ବାରିକ , ବୈକୁଣ୍ଠ ଶତପଥି , ଶ୍ରଦ୍ଧାଞ୍ଜଳି ମିଶ୍ର , ଆରତୀ ଖମାରୀ , ବୀରମହାରାଜପୁର ଜଗନ୍ନାଥ ମନ୍ଦିର କମିଟି ର ଶମ୍ଭୁ ପ୍ରସାଦ ହୋତା , ଭୂଷଣ କୁମାର ପାତ୍ର , କିଶୋର ହୋତା , ଭଗବାନ ମିଶ୍ର , ବରିଷ୍ଠ ନାଗରିକ ସଙ୍ଘ ର ସମ୍ପାଦକ ସନ୍ତୋଷ ଷଡ଼ଙ୍ଗୀ ଚମ୍ପେଶ୍ୱର ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ l ଜଗନ୍ନାଥ ମହୋତ୍ସବ ରେ ସମସ୍ତ ଜଗନ୍ନାଥ ମନ୍ଦିର ରୁ ଆଜ୍ଞାମାଳ ସ୍ଥାପନ, ଯଜ୍ଞ , ପ୍ରବଚନ , ମହାନଦୀ ସଙ୍ଗମ ସ୍ଥଳ ରେ ସାଧୁ ସନ୍ଥଙ୍କ ସାଇ ସ୍ନାନ ପ୍ରଭୁତି କାର୍ଯ୍ୟକ୍ରମ ରହିଥିବାର ସୂଚନା ଦେଇଥିଲେ I ଆସନ୍ତା ୨୮ ଫେବୃଆରୀ ଅପରାହ୍ନ ୩. 00 ସମୟରେ ପରବର୍ତ୍ତୀ ପ୍ରସ୍ତୁତି ବୈଠକ ବୀରମହାରାଜପୁର ଜଗନ୍ନାଥ ମନ୍ଦିର ପରିସରରେ ହେବାକୁ ନିଷ୍ପତ୍ତି ନିଆଯାଇଛି l ଉକ୍ତ ବୈଠକ ରେ ପୂରପଲ୍ଲୀ ଥିବା ଜଗନ୍ନାଥ ମନ୍ଦିର କମିଟି ସଦସ୍ୟ ଏବଂ ପୂଜାରୀ ଉପସ୍ଥିତ ରହିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି l
ବୀରମହାରାଜପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଜଗନ୍ନାଥ ମହୋତ୍ସବ ପାଇଁ ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ
