Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଲମ ପରିବାର ଟ୍ରଷ୍ଟ ସମ୍ବଲପୁର ର ତ୍ରୁତୀୟ ବାର୍ଷିକ ଉତ୍ସବ ଓ ବହୁଭାଷୀ କବିତା ପାଠୋତ୍ସବ

ସମ୍ବଲପୁର:ଏକ ସାରସ୍ବତ ତଥା ଭାବମୟ ପରିବେଶ ମଧ୍ୟ ରେ କଲମ ପରିବାର ଟ୍ରଷ୍ଟ ଆନୁକୁଲ୍ୟ ରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ର ୟୁଟିଲିଟି ସେଣ୍ଟର ଠାରେ ରବିବାର ଦିନ ତ୍ରୁତୀୟ ବାର୍ଷିକ ଉତ୍ସବ ଓ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଯାଇଛି।କଲମ ପରିବାର ର ସଭାପତି କବି ତଫିଜୁଲ୍ ହୁସେନ୍ ଙ୍କ ପରିଚାଳନା ରେ ଆୟୋଜିତ ସାରସ୍ବତ ସଭା ରେ ମୁଖ୍ୟ ଅତିଥି ଭାବେ ବ୍ୟଙ୍ଗ କବି ମନୋରଞ୍ଜନ ସାହୁ, ମୁଖ୍ୟ ବକ୍ତା ଭାବରେ ବିଶିଷ୍ଠ ସାହିତ୍ୟିକ ଦ୍ରାରୀକା ନାଥ ନାୟକ, ସମ୍ମାନୀତ ଅତିଥି ଭାବେ ଗବେଷକ ମୋହନ ସାହୁ, ନିରୁପମା ବଡପଣ୍ଡା ଓ ଉମା ଚରଣ ପତି ଯୋଗ ଦେଇ ସାହିତ୍ୟ ରେ ସଙ୍କଟ, ଉପଭୋକ୍ତାବାଦ ର ପ୍ରଭାବ ଓ ଓଡିଆ କବିତା ର ଗତି ପ୍ରକ୍ରୁତି ବିଷୟ ରେ ଆଲୋକପାତ କରିଥିଲେ। ଅତିଥି ମାନଙ୍କ ଦ୍ବାରା ଅନୁଷ୍ଠାନ ର ସ୍ମରଣିକା-ଶବ୍ଦାର୍ଘ୍ୟ ଉନ୍ମୋଚିତ ହୋଇଥିଲା।କ୍ଷେତ୍ରମଣି ବିଭାର ଓ ଗୋିରୀଦାସ ପ୍ରଧାନସହଯୋଗ କରିଥିବା ବେଳେ ଜୟକ୍ରଷ୍ଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ମୁକ୍ତକଣ୍ଠ ପ୍ରଧାନ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କବିତା ପାଠୋସ୍ଚବ ରେ ସମ୍ମାନୀତ ଅତିଥି ଭାବେ ଉତ୍ପନ୍ନ ଭୋଇ, ମହେଶ୍ବରୀପ୍ରସାଦ ପାଣିଗ୍ପାହୀ, କବି ଲକ୍ଷ୍ମୀନାରାୟଣ ହୋତା ଓ ଗୋିରି ଦାସ ପ୍ରଧାନ କବିତା ର ବାର୍ତ୍ତା ଓ ବିଭିନ୍ନ ଦିଗ ସମ୍ପର୍କ ରେ ଆଲୋଚନା କରାଯାଇଥିଲା। ପ୍ରଣତି ମହାପାତ୍ର ଓ ତରଣୀ ସେନ ମେହେର ଙ୍କ ସଂଯୋଜନା ରେ ଅନୁଷ୍ଠିତ କବିତା ପାଠ ଆସର ରେ ପ୍ରାୟ ୫୦ ଜଣ କବି ଓ କବିୟତ୍ରୀ ସ୍ବରଚିତ କବିତା ପାଠ କରିଥିଲେ। ସମସ୍ତ କବି ମାନଙ୍କୁ ପ୍ରଶଂସାପତ୍ର ଓ ସ୍ମରଣିକା ପ୍ରଦାନ କରାଯାଇଥିଲା।