Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀ ପ୍ରଧାନଓ ପାଏନୁ ପ୍ରଧାନ ସମାଜର ଗର୍ବ-କୁଲତା ସମାଜ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ

ସମ୍ବଲପୁର:କୁଲତା ସମାଜ ପକ୍ଷରୁ ଜାତୀର ଦୁଇ ମହାନ ସଙ୍ଗଠକ ଏବଂ ସାହିତ୍ୟକ ଭବାନୀ ଶଙ୍କର ପ୍ରଧାନ ଏବଂ ଲିଙ୍ଗରାଜ(ପାଏନୁ) ପ୍ରଧାନଙ୍କୁ ରବିବାର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଦାନୀପାଲି ସ୍ଥିତ ରାମଚଣ୍ଡୀ ସେବା ସଦନ ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଲୀ କାଯର୍‌ୟକ୍ରମରେ ଦୁଇ ମହାନ ବ୍ୟକ୍ତିଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଲୀ ଅର୍ପଣ କରାଯିବା ପରେ ସମାଜ ଗଠନରେ ସେମାନଙ୍କ ଅବଦାନ ବିଷୟରେ ଆଳୋକପାତ କରାଯାଇଥିଲା । ସମ୍ବଲପୁର ନିକଟସ୍ଥ ତକବାରେ ଜନ୍ମ ହୋଇଥିବା ସ୍ବର୍ଗତ ଭବାନୀ ଶଙ୍କର ପ୍ରଧାନ ସମ୍ବଲପୁର କୁଲତା ସମାଜର ମୁଖପତ୍ର କୁଳପ୍ରତିଭାର ମୁଖ୍ୟ ସମ୍ପାଦକ ଭାବେ କାଯର୍‌ୟକରିବା ସହ ସମ୍ବଲପୁରୀ ସାହିତ୍ୟକ ଏବଂ ସଙ୍ଗଠକ ଭାବେ ବେଶ ପରିଚିତ ଥିଲେ । ସମ୍ବଲପୁରୀ ଭାଷା ଆନ୍ଦୋଳନର ସାରଥୀ ଭାବେ ସମ୍ବଲପୁରୀ ଲେଖକ ସଂଘର ସମ୍ପାଦକ ଏବଂ ସମ୍ବଲପୁରୀ ଲେଖକ ପରିଷଦର ସଭାପତି ଭାବେ ଦିର୍ଘ ବର୍ଷ କାର୍ଯ୍ୟ କରିଥିଲେ ବୋଲି ଆଳୋଚକ ଭକ୍ତବନ୍ଧୁ ପ୍ରଧାନ ମତ ଦେଇଥିଲେ । ସେହିପରି ଅବିଭକ୍ତ ସମ୍ବଲପୁର ଜିଲାର ସୋହେଲା ନିକଟସ୍ଥ କନଗାଁ ରେ ଜନ୍ମ ହେଇଥିବା ସ୍ବର୍ଗତ ଲିଙ୍ଗରାଜ ପ୍ରଧାନ (ପାଏନୁ) ସମାଜ ବାଦୀ ଅର୍ଜାନ୍ଦୋଳନର ପୁରୋଧା, ଶିକ୍ଷା ସଂଗଠକ ଥିଲେ କୁଲତା ଜାତି ସମାଜର ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ ବୋଲି ସେ କହିଥିଲେ । ସେହିପରି କୁଲତା ସମାଜର ଉପ ସଭାପତି ଦେବତ୍ତମ ପ୍ରଧାନ କହିଥିଲେ ଯେ, ଭବାନୀ ପ୍ରଧାନ ଭାଷା ସାହିତ୍ୟର ବଲିଷ୍ଟ ନେତୃତ୍ୱ ନେଇ ସମ୍ବଲପୁରୀ ଆନ୍ଦୋଳନକୁ ଆଗକୁ ବଢେଇ ପାରିଥିଲେ । ସେହିପରି ପାଏନୁ ପ୍ରଧାନ ଗଣନାଥ ପ୍ରଧାନଙ୍କର ଘନିଷ୍ଠ ସହଯୋଗୀ ଭାବେ ସମାଜବାଦୀ ଆନ୍ଦୋଳନକୁ ଆଗକୁ ନେଇଥିଲେ । ଭଲ ଚାଷୀ ହେବା ସହ ଓଡିଶା ଆଉ ଛତିଶଗଡ ଅଂଚଳ ର କୁଲତା ମାନଙ୍କୁ ସଂଗଠିତ କରି ବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିଥିଲା । କୁଲତା ସମାଜର ସମ୍ପାଦକ ରଞ୍ଜନ ପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଲେ କାର୍ଯ୍ୟକ୍ରମରେ ସଂଯୋଜକ ଦେବୀ ପ୍ରସାଦ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶ୍ରଦ୍ଧାଞ୍ଜଲୀ ସଭାରେ ଅଭିରାମ ଖମାରୀ, ଦେବୋତ୍ତମ ପ୍ରଧାନ, ସୁପ୍ରଭା ପ୍ରଧାନ, ସରୋଜ ପ୍ରଧାନ, ଦେବଦତ୍ତ ସାହୁ, ବାସୁଦେବ ଭୋଇ, ର୍ନିମଳ ପ୍ରଧାନ, ଗୀତାଞ୍ଜଳି ପ୍ରଧାନ, ପୁଷ୍ପାଞ୍ଜଳି ପ୍ରଧାନ, ଟଙ୍କଧର ବାରିକ, ସୁଦାମ ଭୋଇ, ଉମେଶ ଚନ୍ଦ୍ର ନାଏକ, କ୍ଷୀରୋଦ ପ୍ରଧାନ, ହାରାଧନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ଭବାନୀଶ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।