Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇନ୍ଦ୍ରାବତୀ ଜଳ ଭଣ୍ଡାର ରେ ଗାଧେଇବାକୁ ଯାଇ ଯୁବକଙ୍କ ମୁତ୍ୟୁ।

କଳାହାଣ୍ଡି:୨୭/୦୨:କଳାହାଣ୍ଡି ଜିଲ୍ଲା ଥୁଆମୁଲ ରାମପୁର ବ୍ଲକ ପାଡେପଦର ଗ୍ରାମ ପଞ୍ଚାୟତ ବେଣାଖମାର ଗ୍ରାମର ବ୍ରଜ ମାଝୀ ବୟସ (୪୬)ଆଜି ମଧ୍ୟାହ୍ନ ସମୟରେ ଇନ୍ଦ୍ରାବତୀ ଜଳ ଭଣ୍ଡାର କୁ ଗାଧେଇବାକୁ ଯାଇଥିଲେ। ତେବେ ଗାଧେଇବା ବେଳେ ଗୋଡ଼ ଖସି ଯିବାରୁ ସେ ଜଳଭଣ୍ଡାର ର ଗଭୀର ଜଳ କୁ ଚାଲିଗଲେ,ଯେତେ ବାହାରିବାକୁ ଚେଷ୍ଟା କଲେ ମଧ୍ୟ ବାହାରି ପାରିଲେ ନାହି। ଜଳଭଣ୍ଡାର ରେ ଗଭୀର ଥିବାରୁ ପାଣି ରୁ ବାହାରି ନପାରି ଅକାଳ ରେ ତାଙ୍କର ମୃତ୍ୟୁ ହୋଇଛି। ଗ୍ରାମର ଲୋକମାନେ।ସ୍ଥାନୀୟ ସମିତି ସଭ୍ୟ ଙ୍କୁ ଖବର ଦେବାରୁ ସମିତି ସଭ୍ୟ,ମୋହନ ସାଗର ଥୁଆମୁଲ ରାମପୁର ଥାନାଧିକାରୀ ଙ୍କୁ ଫୋନ ମାଧ୍ୟରେ ଜଣାଇଲେ, ଓ ଅଗ୍ନିଶମ ବାହିନୀର ଅଧିକାରୀ ଙ୍କୁ ଶବ ଉଦ୍ଧାର କରିବାକୁ ମଧ୍ୟ ଫୋନ କରି କରିଥିଲେ। ଖବର ପାଇ ଥିଆମୁଲ ରାମପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିବା ଜଣାପଡ଼ିଛି। ଏନେଇ ଥୁଆମୂଳ ରାମପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ