କଳାହାଣ୍ଡି:୨୭/୦୨
ଆଜି ଧର୍ମଗଡ଼ ଠାରେ ଅନୁଷ୍ଠିତ ନିର୍ମାଣ ଶ୍ରମିକ କାର୍ଯ୍ୟକ୍ରମ ରେ କଳାହାଣ୍ଡି ସାଂସଦ ମାଲବିକା ଦେଓ ଧର୍ମଗଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରମିକ ମାନେ ଦେଶ ର ବିନ୍ଧାଣି, ସେମାନଙ୍କର ଉନ୍ନତି ପାଇଁ ସରକାର ସର୍ବଦା ତତ୍ପର ଅଛନ୍ତି ବୋଲି ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ଗୁରୁବାର ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ କାର୍ଯ୍ୟକ୍ରମ ରେ ସାଂସଦ କହିଛନ୍ତି।ଜିଲ୍ଲା ରେ ସମସ୍ତ ଶ୍ରମିକ ଯେପରି ପଞ୍ଜିକୃତ ହେବେ ସେଥିପାଇଁ କର୍ମଶାଳା ଆୟୋଜନ ତଥା ପ୍ରଚାର ପ୍ରସାର ମାଧ୍ୟମରେ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲା ପ୍ରଶାସନ କୁ ସାଂସଦ ଶ୍ରୀମତୀ ଦେଓ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମ ରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗ ଦେଇ ଶ୍ରମିକ ମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବାକୁ ବିଭାଗୀୟ ଅଧିକାରୀ ମାନେ ଯତ୍ନବାନ ହେବେ ବୋଲି ପରାମର୍ଶ ଦେଇଥିଲେ। ସମାରୋହ ରେ ଧର୍ମଗଡ ଉପଜିଲ୍ଲାପାଳ ଧିମାନ ଚକମା, ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଜିଲ୍ଲା ଶ୍ରମିକ ଅଧିକାରୀ ଜିମୂତ ମାଝୀ ସମେତ ଅନ୍ୟାନ୍ୟ ଅତିଥି ମଞ୍ଚାସିନ ହୋଇଥିଲେ।ଏହି କାର୍ଯ୍ୟକ୍ରମ ରେ ଶତାଧିକ ସଂଖ୍ୟକ ନିର୍ମାଣ ଶ୍ରମିକ ମାନେ ଉପସ୍ଥିତ ରହି ସେମାନଙ୍କ ମତାମତ ଦେବାସହ ସାଂସଦ ଓ ବିଡ଼ିଓ ଙ୍କ ସହ ଶ୍ରମିକ ଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।
ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ନିର୍ମାଣ ଶ୍ରମିକ ସମାରୋହ କାର୍ଯ୍ୟକ୍ରମ ।
