ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗଣିତ ବିଭାଗର ଅଧ୍ୟାପକ ସନ୍ତୋଷ କୁମାର ସାହୁଙ୍କୁ ଏକ ଭାବବିହ୍ଵଳ ଓ ଅଶ୍ରୁଳ ପରିବେଶ ଭିତରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ରମାକାନ୍ତ ବିଶି ସଭାପତିତ୍ୱ କରିଥିବାବେଳେ ବିଦ୍ୟାଳୟର ଗ୍ରନ୍ଥାଗାରିକ ଶିବ ନାରାୟଣ ମହାକୁର ମଞ୍ଚ ପରିଚାଳନା କରିଥିଲେ । ପ୍ରଥମେ କାର୍ଯ୍ୟକ୍ରମର ମଙ୍ଗଳାଭିଧାନ ନିମନ୍ତେ ଅଧ୍ୟକ୍ଷଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇତିହାସ ପ୍ରାଧ୍ୟାପକ ଶୁକଦେବଝାଙ୍କର , ଓଡ଼ିଆ ଅଧ୍ୟାପକ କୈଳାସ ମେହେର , ଅର୍ଥନୀତି ଅଧ୍ୟାପକ ସରୋଜ କୁମାର ପାଣ୍ଡିଆ , ବାଣିଜ୍ୟ ବିଭାଗର ଅଧ୍ୟାପକ ଶାନ୍ତନୁ ପୁରୋହିତ ଆଦି ଉପସ୍ଥିତ ରହି ସନ୍ତୋଷ କୁମାର ସାହୁଙ୍କ ବିଭିନ୍ନ ଗୁଣାବଳୀର ଭୂୟସୀ ପ୍ରଶଂସା କରିଥିଲେ। ଶ୍ରୀସାହୁ ଏକାଧାରରେ ଜଣେ କର୍ମନିଷ୍ଠ, ବିଶ୍ୱସ୍ତ , ଛାତ୍ରବତ୍ସଳ , ମିଷ୍ଟଭାଷୀ , ଆଦର୍ଶ ଶିକ୍ଷକ ଭାବରେ ତାଙ୍କର ସୁଦୀର୍ଘ କାର୍ଯ୍ୟକାଳ ସମାପନ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଅନେକ ଛାତ୍ରଛାତ୍ରୀଙ୍କୁ ଅଜ୍ଞାନ ରୂପକ କାଳିମା ଅନ୍ଧାରରୁ ବାହାର କରି ଜ୍ଞାନ ରୂପକ ଆଲୋକ ପଥ ଦେଖେଇ ଉତ୍ତମ ମଣିଷ କରି ଗଢିଛନ୍ତି । ତାଙ୍କ ପାଠ ପଢ଼ାର ଶୈଳୀ , ଅନୁଶାସନ ଓ କର୍ତ୍ତବ୍ୟ ପରାୟଣତା ଛାତ୍ରଛାତ୍ରୀମାନଙ୍କ ପାଇଁ ଅନୁକରଣୀୟ ଓ ଅବିସ୍ମରଣୀୟ ହୋଇ ରହିବ । ଏହି ଅବସରରେ ସନ୍ତୋଷ କୁମାର ସାହୁଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦେଇଥିଲେ । ଶେଷରେ ଓଡ଼ିଆ ଅଧ୍ୟାପକ କୈଳାସ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।
ଉଲୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଗଣିତ ବିଭାଗ ଅଧ୍ୟାପକ ସନ୍ତୋଷ ସାହୁ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ
