Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସରକାଳୀନ ସମ୍ବର୍ଦ୍ଧନା ସଭା ଓ ଶିକ୍ଷକ ସଂଘର ସାଙ୍ଗଠନିକ ବୈଠକ।

କଳାହାଣ୍ଡି:୦୩/୦୩
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ଓ ଆଞ୍ଚଳିକ ସାଧନ କେନ୍ଦ୍ର ଘଣ୍ଟିଗୁଡା ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ପ୍ରାଥମିକ ବିଦ୍ୟାଳୟ କୁଣ୍ଡିଗୁଡା ଠାରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଓ ପ୍ରାଥମିକ ଶିକ୍ଷକ ସଙ୍ଘ ଜୟପାଟଣା ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି l ପ୍ରାଥମିକ ଶିକ୍ଷକ ସଙ୍ଘ ଉପସଭାପତି ଶ୍ରୀ ସଞ୍ଜୟ କୁମାର ପଣ୍ଡା ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରେମ ନାରାୟଣ ପଣ୍ଡା ମୁଖ୍ୟ ଅତିଥି ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ସୁରେନ୍ଦ୍ର ମୋହନ ଯୋଶୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣଚନ୍ଦ୍ର ପଣ୍ଡା ବିଭାଗୀୟ ଅଧିକାରୀ ଶ୍ରୀ ଶୋଭାରାମ ଜାଲ ବରିଷ୍ଠ ସହାୟକ ଶ୍ରୀ ବିଶ୍ୱନାଥ ପାଢ଼ୀ ପ୍ରାଥମିକ ଶିକ୍ଷକ ସଙ୍ଘ ସମ୍ପାଦକ ଶ୍ରୀ ଲଳିତ କୁମାର ନାଏକ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଘଣ୍ଟିଗୁଡା ଶୀଧେଶ୍ୱର ନାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ହୋଇ ବିଦାୟୀ ଶିକ୍ଷକ ଧବଳେଶ୍ୱର ସିଂ, ଧର୍ମ ନିରଞ୍ଜନ ବେହେରା, ଲଚମନ ହରିଜନ, ଦିବାକର ପଟ୍ଟନାୟକ ଓ ଗୋବର୍ଦ୍ଧନ ବିଶ୍ୱାଳ ଙ୍କୁ ବିଦାୟୀ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ଏହି ଅବସରରେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଭାବେ ପ୍ରମୋଦ କୁମାର ଠାକୁର ଏବଂ ସହସମ୍ପାଦକ ଭାବେ ଉପେନ୍ଦ୍ର ମୋହନ ଯୋଶୀ ଓ ମାନସ ରଞ୍ଜନ ପଣ୍ଡା ଙ୍କୁ ମନୋନୀତ କରାଗଲା l ଆଞ୍ଚକିକ ସାଧନ କେନ୍ଦ୍ର ସଂଯୋଜକ କୁଚାଗାଁ ଅନନ୍ତ ନାରାୟଣ ପଣ୍ଡା କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିବା ବେଳେ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ର ସମସ୍ତ କର୍ମଚାରି ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିବା ସହ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହାୟତା ପ୍ରଦାନ କରିଥିଲେ ଓ ଶିକ୍ଷକ ନବକିଶୋର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ