Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଚେତନ ନାଗରିକ ମଞ୍ଚ ପକ୍ଷରୁ ନୂତନ ତହସିଲଦାର ଙ୍କୁ ଭେଟି ଗ୍ରାମ ର ବିଭିନ୍ନ ସମସ୍ୟା ନେଇ ଆଲୋଚନା

କଳାହାଣ୍ଡି:୦୪/୦୩
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ନୂତନ ଭାବେ କ୍ଷୀରୋଦ ବିହାରୀ ଭାରତ ନାଗ ଗତ ଶୁକ୍ରବାର ଦିନ କାର୍ଯ୍ୟ ରେ ଯୋଗଦେଇଥିବା ବେଳେ ମଙ୍ଗଳବାର କୋକସରା ବ୍ଲକ ସଚେତନ ନାଗରିକ ମଞ୍ଚ ପକ୍ଷରୁ ତହସିଲଦାର ଙ୍କୁ ଭେଟି ସମ୍ବର୍ଦ୍ଧନା ଜଣାଇବା ସହ କୋକସରା ବ୍ଲକ ସଦର ମହକୁମା କୋକସରା ର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। କୋକସରା ସଦର ମହକୁମା ରେ ଏକ ନୂତନ ବସଷ୍ଟାଣ୍ଡ ପାଇଁ ପୂର୍ବ ସରକାର ଅନୁଦାନ ମିଳିଥିବା ବେଳେ ଜାଗା ଜବରଦଖଲ ସମସ୍ୟା ଥିବାରୁ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଅନ୍ୟ ପକ୍ଷରେ କୋକସରା ରେ ଆଦର୍ଶ ଶ୍ମଶାନ ପାଇଁ ଅନୁଦାନ ଆସିଥିବା ବେଳେ ପୂର୍ବରୁ ରହିଥିବା ଶ୍ମଶାନ ଜାଗା ର କିସମ ପରିବର୍ତ୍ତନ କରିବାକୁ ଗ୍ରାମର ସଚେତନ ନାଗରିକ ମାନେ ପୂର୍ବରୁ ପ୍ରଶାସନ ନିକଟରେ ଆଲୋଚନା କରିଥିଲେ। ତେବେ ଆଜି ଯାଏଁ ମଧ୍ୟ ତାହା ହୋଇନଥିବା କାରଣରୁ ଆଦର୍ଶ ଶ୍ମଶାନ ନିର୍ମାଣ ହୋଇ ପାରୁନାହିଁ । ଏହି ସବୁ ମୌଳିକ ସମସ୍ୟା ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା କରିଥିଲେ। ଏହା ବ୍ୟତୀତ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ମିନି ଷ୍ଟାଡିୟମ ନିର୍ମାଣ ପାଇଁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଷ୍ଟାଡିୟମ ନିର୍ମାଣ ପାଇଁ ଦିଆ ଯାଇଥିବା ଜାଗା କୁ ପରିବର୍ତ୍ତନ କରି କୋକସରା ଗ୍ରାମ ନିକଟରେ ଦେବାକୁ ଆଲୋଚନା କରିଥିଲେ। କୋକସରା ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ ଏହି ସବୁ କାର୍ଯ୍ୟ ସମ୍ପାଦନ ଦିଗରେ ବିଭାଗ ଉଚିତ ପଦକ୍ଷେପ ନେବ ବୋଳି ପ୍ରତିଶ୍ରୁତି ଦେଇଥିଲେ। ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶ୍ରୀନିବାସ ପ୍ରଧାନୀ,ତ୍ରିଭୁବନ ନାଏକ, ବିଜେପି ନେତା ପ୍ରମୋଦ କୁମାର ପ୍ରଧାନୀ,ଲକ୍ଷ୍ମୀ ନାରାୟଣ ପ୍ରଧାନୀ, ଯୁବ ସଙ୍ଗଠକ ମହେଶ ଗୁପ୍ତା, ସ୍ପୋର୍ଟସ କ୍ଲବ ସମ୍ପାଦକ କ୍ଷୀରସିନ୍ଧୁ ନେଗି, ସାମ୍ବାଦିକ ସନତ କୁମାର ପ୍ରଧାନୀ, ଦୁଷ୍ମନ୍ତ ପାଟ୍ଟଯୋଶୀ,କିଶନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ