Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିକିଲି ଚନ୍ଦ୍ରଭାନୁ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ନୂତନ ବିଇଓ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା।

କଳାହାଣ୍ଡି:୦୪/୦୩
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି କାର୍ଯ୍ୟ ରେ ଯୋଗଦାନ କରିଥିବା ବେଳେ ମଙ୍ଗଳବାର ଚିକିଲି ଗ୍ରାମ ଚନ୍ଦ୍ର ଭାନୁ ଉଚ୍ଚ ବିଦ୍ୟାଳୟ, ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶ୍ରୀ ଭାଟି ପୂର୍ବରୁ ଏହି ବିଦ୍ୟାଳୟରୁ ନିଜର କର୍ମମୟ ଜୀବନ ଆରମ୍ଭ କରି ଏହି ବିଦ୍ୟାଳୟ ପାଇଁ ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ସୁନାମ ଆଣି ପାରିଥିବା ବେଳେ ଆଜି ନିଜର ପ୍ରିୟ ଶିକ୍ଷକ ଙ୍କୁ ବିଦ୍ୟାଳୟ ରେ ଶିକ୍ଷା ଅଧିକାରୀ ଭାବେ ପାଇ ସହକର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବଥିଲେ। ଏହି ଅବସର ରେ ଆୟୋଜିତ ସମ୍ବର୍ଦ୍ଧନା ସଭା ରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ ଭାଟି , ସିଆରସିସି ପ୍ରଶାନ୍ତ ଶବର ସମ୍ମାନିତ ଅତିଥି ରୁପେ ଯୋଗ ଦେଇଥିବା ବେଳେ ପ୍ରଧାନ ଶିକ୍ଷକ ମଳୟ ବାଗଙ୍କ ଅଧ୍ୟକ୍ଷତାରେ ଏବଂ ଚିତ୍ତରଞ୍ଜନ ମହାନ୍ତିଙ୍କ ସଂଯୋଜନା ରେ ଶିକ୍ଷକ ଶିକ୍ଷୟିତ୍ରୀ ସର୍ବଶ୍ରୀ ପଦ୍ମନ ସାହୁ, ଗାୟତ୍ରୀ କୁମାରୀ ଷଡ଼ଙ୍ଗୀ, ଚନ୍ଦ୍ରୀକା ପ୍ରଧାନ, ବର୍ଷା ରାଣୀ ସାହୁ, ଜ୍ୟୋତି ପ୍ରକାଶ ମହାନନ୍ଦ, କଳ୍ପନା ଶବର, ଦିବ୍ୟା ଶବର , ଦିବାକର ଦାସ, ଦୀନବନ୍ଧୁ ଗିରି, ଭବାନୀ ଶଙ୍କର ଶବର, ଶାରଦା ପ୍ରସାଦ ସାହୂ, ପଦ୍ମନାଭ ଛତ୍ରିଆ,ସୁଗ୍ରୀସେନ ବଗର୍ତ୍ତି ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କ ସହ ମିଶି ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଗୋଷ୍ଠୀ ଶିକ୍ଷା ଅଧିକାରୀ ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାର୍ତ୍ତା ପ୍ରଦାନ ସହ ବ୍ଲକ ଶିକ୍ଷା ବିଭାଗର ଉନ୍ନତି ପାଇଁ ନିଜର ପ୍ରତିବଦ୍ଧତା ଜଣାଇ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ