ରହିତାଦେଶ ସାଜିଛି କଣ୍ଟା:ମନ୍ତ୍ରୀଙ୍କ ସଂକେତ ପରେ ମହାନଗର ନିର୍ବାଚନ ତାତି


ସମ୍ବଲପୁର: ସମ୍ବଲପୁର ମହାନଗର ନିର୍ବାଚନକୁ ରହିତାଦେଶ କଣ୍ଟା ସାଜିଥିବା ବେଳେ ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ଗତକାଲି ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀଙ୍କ ସଂକେତକୁ ନେଇ ରାଜନୀତି ପାଣିପାଗ ଟିକେ ସରଗରମ ହୋଇଛି ।ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବା ମାମଲାର ଫଇସଲା ପରେ ସମ୍ବଲପୁର ସମେତ ରାଉରକେଲା ଓ ପୁରୀର ପୌର ନିର୍ବାଚନ କରାଯିବ ବୋଲି ମନ୍ତ୍ରୀ ସଂକେତ ଦେଇଛନ୍ତି।
ଫଳରେ ଦୀର୍ଘ ୧୧ ବର୍ଷ ହେଲା ଚାଲିଥିବା ବାବୁରାଜର୍ ଅନ୍ତ ଘଟିବା ନେଇ ଆଶା ଉଜ୍ବଳ ହୋଇଛି । ତେବେ,ରହିତାଦେଶ ଏବେ କଣ୍ଟା ସାଜିଥିବାରୁ ଆଗକୁ ସରକାର କି ପଦକ୍ଷେପ ନେଉଛନ୍ତି ତାହାକୁ ନେଇ ଉତ୍କଣ୍ଠା ବଢିଛି।
ରାଜ୍ୟ ସରକାର ସମ୍ବଲପୁରକୁ ମହାନଗର ନିଗମ ଘୋଷଣା କରିବା ପରଠାରୁ ଚାଲି ଆସିଛି ଅଫିସର ରାଜ । ରାଜ୍ୟ ସରକାର ଗତ ସେପ୍ଟେମ୍ବର ୨୦୧୩ରେ ସମ୍ବଲପୁରକୁ ମହାନଗର ନିଗମରେ ପରିଣତ କରିବା ପାଇଁ ଘୋଷଣା କରିଥିଲେହେଁ ଆବଶ୍ୟକ ସବୁ ପକ୍ରିୟା ଶେଷ ପରେ ୨୦୧୪ ମସିହାରୁ ବିଧିବଦ୍ଧ ଭାବେ ସମ୍ବଲପୁର ମହାନଗରେ ପରିଣତ ହୋଇଥିଲା। ସମ୍ବଲପୁର ପୌର ପରିଷଦ, ବୁର୍ଲା ଓ ହୀରାକୁଦ ବିଜ୍ଞାପିତ ଅଂଚଳ ପରିଷଦ ସମେତ ୧୨ଟି ପଞ୍ଚାୟକୁ ନେଇ ଗଠିତ ସମ୍ବଲପୁର ମହାନଗର ନିଗମରେ ୪୧ଟି ୱାର୍ଡ ରହିଛି। ମହାନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ଉପରେ ଗତ ୧୫ ଜାନୁଆରି ୨୧୦୫ରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆପତ୍ତି ଅଭିଯୋଗ ଗ୍ରହଣ ପରେ ଗତ ୨୩ ଫେବ୍ରୁଆରିରେ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା। ଯେଉଁଥିରେ ୪୧ଟି ୱାର୍ଡ ମଧ୍ୟରୁ ୭ଟି ୱାର୍ଡକୁ ଅଣସଂରକ୍ଷିତ ରଖାଯାଇଥିବା ବେଳେ ଅନ୍ୟ ୭ଟି ୱାର୍ଡ ମହିଳା, ୪ଟି ୱାର୍ଡ ଅନୁସୂଚିତ ଜାତି, ୫ଟି ୱାର୍ଡ ଅନୁସୂଚିତ ଜାତିର ମହିଳା, ୩ଟି ୱାର୍ଡ ଅନୁସୂଚିତ ଜନଜାତି, ୩ଟି ୱାର୍ଡ ଅନୁସୂଚିତ ଜନଜାତିର ମହିଳା, ୬ଟି ୱାର୍ଡ ପଛୁଆବର୍ଗ ଓ ବାକି ୬ଟି ୱାର୍ଡ ପଛୁଆବର୍ଗର ମହିଳାଙ୍କ ନିମନ୍ତେ ସଂରକ୍ଷିତ ରଖାଯାଇଥିଲା। ମେୟର ପଦ ମଧ୍ୟ୍ୟ ପଛୁଆବର୍ଗର ଲୋକଙ୍କ ପାଇଁ ସଂରକ୍ଷିତ ରହିଥିଲା। ଆଗରୁ ବୁର୍ଲା ଏନ୍‌ଏସିରେ ଆସୁଥିବା ସମଗ୍ର ଅଂଚଳକୁ
୫ଟି ୱାର୍ଡରେ ବିଭକ୍ତ କରାଯାଇଛି। ଏଥିରେ ୨ଟି ଏସ୍‌ସି, ଗୋଟିଏ ଏସ୍‌ସି ମହିଳା, ଗୋଟିଏ ସାଧାରଣ ବର୍ଗର ମହିଳା ଓ ଗୋଟିଏ ପଛୁଆବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ୱାର୍ଡ ସଂରକ୍ଷଣ କରାଯାଇଛି । ମତଦାତାଙ୍କ ଅନୁପାତ ଅନୁଯାୟୀ ବୁର୍ଲାର ୱାର୍ଡ ସଂରକ୍ଷଣ ହୋଇନ‌ଥିବା ଦର୍ଶାଇ ସଂପଦ କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ କର୍ମଚାରୀ ଅଜୟ ମହାନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଏକ ପିଟିସନ ୪୨୮୦/୨୦୧୫ ଦାଖଲ କରିଥିଲେ। ଏହାକୁ ନେଇ ଗତ ୨ ଅପ୍ରେଲ ୨୦୧୫ ଦିନ ମାନ୍ୟବର ବିଚାରପତି ବିଶ୍ଵନାଥ ରଥ ଏହି ପିଟିସନ ଉପରେ ବିଚାର କରି ଅନ୍ୟାଦେଶ ପର୍ଯ୍ୟନ୍ତ ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ରଖିବାକୁ ଆଦେଶ ଦେଇଥିଲେ।ଏହି ମାମଲାରେ ପକ୍ଷଭୁକ୍ତ ହୋଇଥିବା ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ସଚିବ, ପୌର ପ୍ରଶାସନ(ମ୍ୟୁନ୍‌ସିପାଲ ଆଡ଼ମିଷ୍ଟ୍ରେସନ) ର ନିର୍ଦ୍ଦେଶକ ନିଜ ନିଜ ପକ୍ଷ ରଖି ସାରିଛନ୍ତି। ତେବେ,ସମ୍ବଲପୁର ଜିଲ୍ଲାପାଳ ନିଜ ପକ୍ଷ ରଖୁନଥିବାରୁ ଏହି ମାମଲାର ଶୁଣାଣି ହୋଇପାରୁ ନାହିଁ।ଫଳରେ ଏହି ମାମଲାରେ ନିଜ ଆଡ଼କୁ ପକ୍ଷଭୁକ୍ତ ହେବା ପାଇଁ ହାଇକୋର୍ଟରେ ଆବେଦନ କରିଥିବା ବରିଷ୍ଠ କଂଗ୍ରେସ ନେତା ତଥା ସମାଜସେବୀ ଦୁର୍ଗା ପାଢ଼ୀ କହିଛନ୍ତି।ସେ କହିଛନ୍ତି ଯେ , ରାଜ୍ୟ ସରକାର ନିର୍ବାଚନ ପାଇଁ ଚାhuନାହାନ୍ତି। ଗତ ବିଧାନସଭା ନିର୍ବାଚନ ସମୟରେ ମହାନଗର ନିର୍ବାଚନ ଶୀଘ୍ର କରଯିବା ପାଇଁ ବିଜେପି ନେତିର୍ମାନେ ପ୍ରତିଶ୍ରୁତି ଦେଇଥିଲେ। ହେଲେ, କ୍ଷମତାକୁ ଆସିବା ୮ ମାସ ପରେ ବି ଏଦିଗରେ ତତ୍ପରତା ଦେଖାଉ ନାହିଁ।ନିର୍ବାଚନ ପାଇଁ ଚାହୁଁ ନାହାଁନ୍ତି।କିନ୍ତୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ସଂକେତ ନୁଆଁ ଇସାରାକୁ ଉଜ୍ୱିବିତ କରିଥିବା ନେଇ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି।
ମହାନଗର ଘୋଷଣାର ୧୧ ବର୍ଷ ପରେ ମନ୍ତ୍ରୀ ମୁହଁ ଖୋଲିବା ଆଗରୁ ଅନେକ ସମୟରେ ବିଜେପିର ବହୁ ତୁଙ୍ଗ ନେତା ମଧ୍ୟ୍ୟ ମହାନଗର ନିର୍ବାଚନ ସପକ୍ଷରେ ମତ ରଖୁଥିଲେବି ଆନ୍ତରିକତା ଅନୁଭବ ହୋଇ ପାରୁନଥିଲା। ତେବେ ଆଗକୁ ଏହି ମହାନଗର ରାଜନୈତିକ ସରଗରମ କେମିତି ପ୍ରବାହିତ ହେବ ଦେଖିବାକୁ ବାକି ରହିଲା।