Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଗୋଷ୍ଠି ଶିକ୍ଷା ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ସ୍ତରୀୟ” ନିପୁଣମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି:୦୭/୦୩
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ପକ୍ଷରୁ ଶୁକ୍ରବାର କୋକସରା ଗୋଷ୍ଠି ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ନିପୁଣମେଳା କାର୍ଯ୍ୟକ୍ରମ କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ଡି ଆଇ ଇ ଟି ଶିକ୍ଷକ ପ୍ରଶିକ୍ଷକ ସଞ୍ଜୟ କୁମାର ଶବର, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ତ୍ରିନାଥ ଶବର, ବିଆରସିସି ତୋଫାନ ମାଝୀ, ଏବିଇଓ ଦୟାନିଧି ପାଢ଼ୀ, ଆଲୋରାଣୀ ହଲଦାର, ବିଜେପି ମଣ୍ଡଳ ସଭାପତି କୋକସରା ବସନ୍ତ କୁମାର ନାଗ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ ବିଆରସିସି ତୋଫାନ ମାଝୀ ପ୍ରଦାନ କରିଥିବା ବେଳେ ମଞ୍ଚ ସଂଯୋଜନା ନୋଡାଲ ସିଆରସିସି ବୈକୁଣ୍ଠ ଜାଲ କରିଥିଲେ। କାର୍ଯ୍ୟକ୍ରମ ର ଗୁରୁତ୍ୱ ଓ ନିପୁଣ ମେଳା କାର୍ଯ୍ୟକ୍ରମ ର ପଛରେ ରହିଥିବା ଶିକ୍ଷା ବିଭାଗ ର ମୁଳ ଉଦେଶ୍ୟ ଉପସ୍ଥାପନା ପ୍ରଶାନ୍ତ କୁମାର ଶବର କରିଥିବା ବେଳେ ଶିକ୍ଷକ ଫାଲଗୁନି ବାଣୁଆ ଧନ୍ୟବାଦ ଅର୍ପଣ କରିଥିଲେ। ନିପୁଣ ମେଳା କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ଛାତ୍ରଛାତ୍ରୀ ଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଦକ୍ଷତା ବୃଦ୍ଧି କରି ସେମାନଙ୍କ ଶିକ୍ଷା ର ବିକାଶ ପରିପ୍ରକାଶ ପାଇଁ ରାଜ୍ୟ ସରକାର ଙ୍କ ଗଣଶିକ୍ଷା ବିଭାଗ ର ଏହି ଉଦ୍ୟମ ଛାତ୍ରଛାତ୍ରୀ ଙ୍କ ପାଇଁ ସହାୟକ ହେବ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ରେ ବ୍ଲକ ର ବିଭିନ୍ନ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ବରିଷ୍ଠ ଶିକ୍ଷୟିତ୍ରୀ ଜୟଶ୍ରୀ ଵାଲା ନାଏକ, ଦୁର୍ଯୋଧନ ଠାକୁର ସମେତ ସମସ୍ତ ସିଆରସିସି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ