ବୀରମହାରାଜପୁର ଫଗୁନପୁନି ମହୋତ୍ସବ ନାମଯଜ୍ଞ ର ସୁବର୍ଣ୍ଣ ଜୟନ୍ତୀ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ପ୍ରସିଦ୍ଧ ଫଗୁନପୁନୀ ଯାତ୍ରା ର ନlମଯଜ୍ଞ କୁ ୫୦ ବର୍ଷ ରୁ ଅଧିକ ହେଉଥିବା ରୁ ନାମଯଜ୍ଞ ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ‘ଫଗୁନ ପୁନି ମହୋତ୍ସବ’ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାକୁ ସ୍ଥିର ହୋଇଥିବା ନାମଯଜ୍ଞ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସୁବର୍ଣ୍ଣ ଉତ୍ସବ ଅବସର ରେ ଗୀତ , ନାଚ , ଚବିଶ ପ୍ରହରୀ ନାମ ଯଜ୍ଞ ସହିତ ହରିହର ଭେଟ ଅନୁଷ୍ଠିତ ହେବ l ଶନିବାର ବୀରମହାରାଜପୁର ସାମ୍ବାଦିକ ଭବନ ପରିସର ରେ ସାଂସ୍କୃତିକ କମିଟି ସଭାପତି ତଥା ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଙ୍କ ସମେତ ଏକ ମନ୍ଦିର କମିଟି ସଭାପତି ବରିଷ୍ଟ ଆଇନଜିବି ବିଷ୍ଣୁଚରଣ ପଣ୍ଡା , ଦୟାନିଧି ହୋତା , ଅକ୍ଷୟ ମିଶ୍ର , ଦାମୋଦର ହୋତା , ଅବିନାଶ ହୋତା , ପୀତବାସ ଶତପଥୀ , ପ୍ରଭାସ ଦାସ ପ୍ରମୁଖ ଯାତ୍ରା କମିଟି ତରଫରୁ ସାମ୍ବାଦିକ ମାନଙ୍କୁ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ l ଆସନ୍ତା ୧୧ ତାରିଖ ରୁ ୧୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମହୋତ୍ସବ ରେ ସ୍ଥାନୀୟ ଓ ପଶ୍ଚିମ ଓଡ଼ିଶାର କଣ୍ଠଶିଳ୍ପୀ ନିଜର ପ୍ରତିଭା ପ୍ରଦର୍ଶନ କରିବେ ବୋଲି ଜଣାଇଛନ୍ତି I ମହୋତ୍ସବ ରେ ଦର୍ଶକ ଙ୍କ ଭିଡ କୁ ଦେଖି ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଥିବା ଜଣାଯାଇଛି l ମହୋତ୍ସବ ରେ ମୁଖ୍ୟ ଆକର୍ଷଣ ଭାବେ ଲୋକପ୍ରିୟ କଣ୍ଥଶିଳ୍ପି ଶତ୍ରୁଘ୍ନ ଲୁହା , ଶାଶ୍ଵତ ତ୍ରିପାଠୀ , ସଞ୍ଜୁ ମହାନ୍ତି , କୀର୍ତ୍ତି ରାଜ, ଟୁଙ୍କିଲ ମହାପାତ୍ର ପ୍ରମୁଖ ଙ୍କ ସହିତ ଉଦଘୋଷକ ଭାବେ ସିନେ କଳାକାର, ନିର୍ଦ୍ଦେଶକ , ହାସ୍ୟ ଅଭିନେତା ସତ୍ୟ ଦାସ, ପ୍ରେମଜିତ୍ ଝଙ୍କାର , ଅଭିନଶ ହୋତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି l