Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିକାଶ ଭବାନୀପାଟଣା ଠାରେ ବିଶ୍ଵ ମହିଳା ଦିବସ ପାଳିତ।

କଳାହାଣ୍ଡି:୦୯/୦୩
କଳାହାଣ୍ଡି ଜିଲ୍ଲା ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନ୍‌ଷ୍ଟିଚ୍ୟୁସନ୍, ଭବାନୀପାଟଣା ୱିସଡମ୍ ପାର୍କ ପରିସର ସଭା ଗୃହରେ ବିଶ୍ଵ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ।ଉକ୍ତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ କୁଳପତି ଡ. ନିବେଦିତା ନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସୁଶ୍ରୀ ରଶ୍ମିତା ମହାନ୍ତି ନନ୍ ଗଭରମେଣ୍ଟାଲ ଅର୍ଗାନାଇଜେସନ ଇଣ୍ଟରନେସନାଲ କନସଲଷ୍ଟାଣ୍ଟ, ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନ୍‌ଷ୍ଟିଚ୍ୟୁସନ୍ ଶିକ୍ଷା ପ୍ରଭାରି ଡି. ବିଜୟା, ପରିଚାଳନା ମଣ୍ଡଳୀ ସଦସ୍ୟା ଡି. ପଦ୍ମିନୀ, ବିଶିଷ୍ଟ କଣ୍ଠଶିଳ୍ପୀ ସଙ୍ଗୀତା ରାଉତ, ସଫଳ ଚାଷୀ କାମିନୀ ପଟେଲ, ପର୍ବତା ରୋହୀ ଲିପସା ମୟୀ ଦୁବେ, ଫେସନ ଡିଜାଇନର ଦଶାରି ଲକ୍ଷ୍ମୀରାଣୀ, ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନ୍‌ଷ୍ଟିଚ୍ୟୁସନ୍ ର ନିର୍ଦ୍ଦେଶକ ଡି. ଶ୍ୟାମ, ଡି. ରାମ କୁମାର, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଯୁବରାଜ ନାୟକ, ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ଜେନେରାଲ ମେନେଜର ଗୁପ୍ତେଶ୍ଵର ଖୁଣ୍ଟିଆ, ସମ୍ବାଦ କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରାରମ୍ଭରେ ଲକ୍ଷ୍ମୀ ବିକାଶ ଆବାଶିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଆରତି ମିଶ୍ର ସ୍ଵାଗତ ଭାଷଣ ଦେଇଥିଲେ । ମୁଖ୍ୟ ଅତିଥି ଡ. ନିବେଦିତା ନାଥ ତାଙ୍କ ବକ୍ତବ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନାରୀ ପ୍ରଥମେ ନିଜକୁ ଚିହ୍ନନ୍ତୁ, ନିଜ ପରିବାରଠୁ ନିଜର ଅଧିକାର ସାବ୍ୟସ୍ତରେ ପ୍ରଥମେ ନିଜ ଗାଁ ପରେ ଜିଲ୍ଲା ପରେ ରାଜ୍ୟ ପରେ ଦେଶର ପରିବର୍ତ୍ତନ କରି ବିକଶିତ ଭାରତର ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇ ଥିଲେ । ସମ୍ମାନିତ ଅତିଥି ସୁଶ୍ରୀ ରଶ୍ମିତା ମହାନ୍ତି ତାଙ୍କ ବକ୍ତବ୍ୟରେ ନାରୀ ସାମାଜିକ, ଅର୍ଥନୈତିକ, ରାଜନୈତିକ ଓ ଶିକ୍ଷା କ୍ଷେତ୍ରରେ ସମାନ ଅଧିକାର ସମଗ୍ର ଦେଶରେ ନାରୀ ମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ ।
ଉକ୍ତ କାର୍ଯ୍ୟ କ୍ରମରେ ମହିଳା ସଫଳତାର ଶିଖରରେ ପହଞ୍ଚିଥିବା ବିଶିଷ୍ଟ କଣ୍ଠଶିଳ୍ପୀ ସଙ୍ଗୀତା ରାଉତ, ସଫଳ ଚାଷୀ କାମିନୀ ପଟେଲ, ପର୍ବତା ରୋହୀ ଲିପସା ମୟୀ ଦୁବେ, ଫେସନ ଡିଜାଇନର ଦଶାରି ଲକ୍ଷ୍ମୀରାଣୀ, ଙ୍କୁ ବିକାଶ ସ୍ମୃତି ଫଳକ ଓ ଉପଢୋକନରେ ସମ୍ମାନିତ କରାଯାଇଥିଲା । ସେହିଭଳି ମୁଖ୍ୟ ଅତିଥି ଡ. ନିବେଦିତା ନାଥ, ସମ୍ମାନିତ ଅତିଥି ସୁଶ୍ରୀ ରଶ୍ମିତା ମହାନ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ସ୍ମୃତି ଫଳକ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷୟିତ୍ରୀ ତେଜିନଦର କୋର୍ ମଞ୍ଚ ପରିଚାଳନା କରିଥିବା ବେଳେ ଜ୍ୟୋତିପ୍ରିୟା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ