ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧିନସ୍ଥ ହିଲୁଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲୁଚାବନ୍ଧ ଦୋଳ ମଣ୍ଡପ ରେ ଅନୁଷ୍ଠିତ ହେଉଥିବା କଂସ ଦରବାର ର ଚତୁର୍ଥ ରଜନୀ ରେ ପୌରାଣିକ କଥାବସ୍ତୁ ଉପରେ ପର୍ଯ୍ୟବେସିତ ନନ୍ଦୋତ୍ସବ ସହିତ ପୁତନା ବଧ ଅଭିନିତ ହୋଇଯାଇଛି l ବୁଧବାର ସଭାପତି ବିକାଶ କଳତା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବୀରମହରାଜପୁର ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l ଉକ୍ତ ରଙ୍ଗ ମଞ୍ଚରେ ଆଞ୍ଚଳିକ କଳାକାର ମାନଙ୍କ ଦ୍ୱାରା ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଭିନ୍ନ କଳାକାର ମାନଙ୍କ ଦ୍ଵାରା ପରିବେଷିତ ସମ୍ବଲପୁରୀ ନାଚ ଲୋକଙ୍କୁ ବାନ୍ଧି ରଖିଥିଲା l ଉକ୍ତ ରଙ୍ଗ ମଞ୍ଚରେ ଚାଣ୍ଡୁର ମୁଷ୍ଟିକ ଭୂମିକାରେ ତଖିଲ ବାଗ , ସାରଙ୍ଗ ବାଦୀ , ଶ୍ୟାମ ବାରିକ, ପୂର୍ଣଚନ୍ଦ୍ର ଦୀପ , ଅଭିନୟ କରୁଥିବା ବେଳେ, ମହା ମନ୍ତ୍ରୀ ଶୂକ୍ରାଜିତ କର୍ଣ୍ଣ ରଣl ଓ ସାଥି କଳାକାର ପାର୍ଶ୍ଵ ଅଭିନୟ କରୁଛନ୍ତି l ମଞ୍ଚ ପରିଚାଳନା କରିଥିଲେ ଅକ୍ରୁର ନାଏକ ଓ ବିଘ୍ନ ମନହିରା l କାର୍ଯ୍ୟକ୍ରମ କୁ ପୀତlବଳୀ ଯାତ୍ରା କମିଟି ର ହେମସାଗର ଥପା , ମାଲିକ ଷlଣ୍ଢ , ରାଜେନ୍ଦ୍ର ବେହେରା , ବିଶ୍ଵାମିତ୍ର ସେଠି , ପ୍ରମୋଦ ମନହିରା ପ୍ରମୁଖ ସହଯୋଗ କରିଥିବା ବେଳେ ଅରୁଣ ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
ଲୁଚାବନ୍ଧ ଦୋଳ ପୂର୍ଣ୍ଣିମା ଅବସରରେ ଆୟୋଜିତ କଂସ ଦରବାର ର ଚତୁର୍ଥ ରଜନୀରେ ନନ୍ଦୋତ୍ସବ ସହିତ ପୁତନା ବଧ ଅଭିନୀତ
