ଖଣ୍ଡହତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ଉଦଘାଟିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହରାଜପୁର ବ୍ଲକ ଖଣ୍ଡହତା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅତିରିକ୍ତ ଶ୍ରେଣୀ କୋଠାରୀ ବୀରମହରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି l ଉକ୍ତ ଉତ୍ସବ ରେ ସମ୍ମାନୀତ ଅତିଥି ଭାବରେ ଖଣ୍ଡହତା ସରପଞ୍ଚ ଜୟଶ୍ରୀ ଦେହୁରୀ , ଖଣ୍ଢହତା ସମିତି ସଭ୍ୟ ବିନୋବା ପଧାନ, ଦୁର୍ଗେଶ ପଣ୍ଡା , SMC କମିଟି ର ସଭାପତି ଗଙ୍ଗାଧର ସାହୁ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଶ୍ଵlମିତ୍ର ନାଏକ ବରିଷ୍ଠ ଶିକ୍ଷକ ନାରାୟଣ ଜଗଦଳା ବଳରାମ ମିଶ୍ର , ବିଦ୍ୟାଳୟ ର ଖେଳ ଶିକ୍ଷକ ଶେଷଦେବ ପଧାନ ପ୍ରମୁଖ ଉପସ୍ଥିତ ଥିଲେ I ନୂତନ ଅତିରିକ୍ତ ଶ୍ରେଣୀ ଗୃହ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଶିକ୍ଷାଦାନ ରେ ବେଶ ସହାୟକ ହେବ ବୋଲି ମୁଖ୍ୟଅତିଥି ନାରାୟଣ ଲୁହା ମତ ବ୍ୟକ୍ତ କରିଥିଲେ l ଏହି ଉତ୍ସବ କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ l