Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଡ଼ିଓ ଓ ତହସିଲଦାର ଙ୍କୁ କୋକସରା ସରପଞ୍ଚ ସଙ୍ଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା।

କଳାହାଣ୍ଡି୧୯/୦୩/୨୫
କଳାହାଣ୍ଡି ଜିଲ୍ଲା କୋକସରା ପଞ୍ଚାୟତ ସମିତି ଅନ୍ତର୍ଗତ ସରପଞ୍ଚ ସଙ୍ଘ ର ସଭାପତି ଲଡୁଗାଁ ସରପଞ୍ଚ ନକୁଳ ନାଏକ ଙ୍କ ନେତୃତ୍ୱରେ ବୁଧବାର କୋକସରା ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଡ଼. ହିମାଞ୍ଚଳ ମାଝୀ ଓ ତହସିଲଦାର କ୍ଷୀରୋଧ ବିହାରୀ ଭାରତ ନାଗ ଙ୍କୁ କାର୍ଯ୍ୟାଳୟ ରେ ସାକ୍ଷାତ କରି ଉପଢୌକନ ସହ ସମ୍ବର୍ଦ୍ଧିତ କରିଛନ୍ତି। ବ୍ଲକ ଓ ୨୨ ପଞ୍ଚାୟତ ର ବିଭିନ୍ନ ଉନ୍ନୟନ କାର୍ଯ୍ୟ ରେ ଦୁଇ ଅଧିକାରୀ ଙ୍କ ସହଯୋଗ କାମନା କରିଥିଲେ। ଦୁଇ ପ୍ରଶାସନିକ ଅଧିକାରୀ ମଧ୍ୟ ସରପଞ୍ଚ ସଙ୍ଘ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରିଥିଲେ।ଏହି ଅବସରରେ କାଉଡୋଳା ଗ୍ରାପ ସରପଞ୍ଚ ଦେବୀସିଂ ତାଣ୍ଡି, ଡୁଡୁକାଠେଙ୍ଗା ଗ୍ରାପ ସରପଞ୍ଚ ହରିପ୍ରିୟା ନାଗ, ବରାଡ଼ଙ୍ଗା ଗ୍ରାପ ସରପଞ୍ଚ ନିରୂପମା ସେଠି,ଗମ୍ଭାରୀଗୁଡା ଗ୍ରାପ ସରପଞ୍ଚ ଇଶରାମ ସୁନାନୀ,କନ୍ଦାବୁଟ୍ରା ସରପଞ୍ଚ କୁରୁକ୍ଷେତ୍ର ବେହେରା,ପୂର୍ବତନ ସରପଞ୍ଚ ଲଡୁଗାଁ କଂହେଇ ଚରଣ ଦାସ, ସମେତ ପଙ୍କଜ ମୁଖ ଚୌଧୁରୀ, ରବି ନାରାୟଣ ଦାସ, ମନୋରଞ୍ଜନ ବାଣୁଆ, ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ