ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବିଶିପଡ଼ା ଗ୍ରାମ ପଂଚାୟତ ଅନ୍ତର୍ଗତ ଡାଲଡଵା ସେବାଶ୍ରମ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କମଳିନୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅଭିଭାବକ ଆମ ଅଂଶୀଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଚ୍ଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଉଲୁଣ୍ଡା ଶୁଭ୍ରାଂଶୁ ଶେଖର ମଲ୍ଲିକ ଯୋଗଦାନ କରି ଶିକ୍ଷା ମଣିଷର ଚାବିକାଠି, ଶିକ୍ଷା ଜୀବନ ଚର୍ଯ୍ୟା ପାଇଁ ନିତାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ l ଏଥି ସହିତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଭିଭାବକ ଅଭି ଭାବିକା ମାନଙ୍କୁ ନିଜ ନିଜର ପିଲାମାନଙ୍କୁ ଶିକ୍ଷିତ କରିବା ପାଇଁ ଅନୁରୋଧ କରିଥିଲେ । ଏଥିରେ ସରକାରଙ୍କ ତରଫରୁ ଅନେକ ପଦକ୍ଷେପ ନିଆଯାଇଛି ବୋଲି ନିଜ ଅଭିଭାଷଣରେ କହିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଅରୁଣ କୁମାର ଦାସ , ସ୍ୱାସ୍ଥ୍ୟ ଅଧିକାରୀ ଉଲୁଣ୍ଡା, ଦୈତାରୀ ବେହେରା , ବିଶିପଡ଼ା ଗ୍ରାମ ପଂଚାୟତ ସରପଞ୍ଚ ନନ୍ଦନ ବାରିକ , ସଭାପତି, ଆଦିବାସୀ କଲ୍ୟାଣ ସଂଘ, ଉଲୁଣ୍ଡା , ପ୍ରେମାନନ୍ଦ କର୍ମୀ , ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ଉଲୁଣ୍ଡା, ମନୋଜ କୁମାର ବେହେରା , ବିପିସି. ମିଶନ ଶକ୍ତି , ଉଲୁଣ୍ଡା, ଅରବିନ୍ଦ କର୍ଣ୍ଣ , ସଭାପତି, ବିଦ୍ୟାଳୟ ପରିଚାଳନା କମିଟି ସେବାଶ୍ରମ ଡାଲଡାଵା ପ୍ରମୁଖ ଉପସ୍ଥିତ ଥିଲେ l ହରିଣାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମକୁନ୍ଦ ଧରୁଆ ସ୍ୱାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ତ୍ରିଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟର କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୱାଲ ମେଗାଜିନକୁ ଅତିଥି ମାନଙ୍କ କର କମଳରେ ଲୋକାର୍ପଣ କରାଗଲା ଏବଂ ବିଦ୍ୟାଳୟରେ ଶୈକ୍ଷିକ ଓ ସହଶୈକ୍ଷିକ କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା କୁନି ପ୍ରତିଭା ମାନଙ୍କୁ ପ୍ରମାଣ ପତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା l ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ଓ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l
ଡାଲଡବା ସେବାଶ୍ରମ ବିଦ୍ୟାଳୟରେ ଅଭିଭାବକ ଆମ ଅଂଶୀଦାର କାର୍ଯ୍ୟକ୍ରମ
