Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଲି କଳାହାଣ୍ଡି ଆସିବେ ମୁଖ୍ୟମନ୍ତ୍ରୀ,କାର୍ଯ୍ୟକ୍ରମ ସଫଳ ପାଇଁ ଜିଲାବାସୀଙ୍କୁ ନିବେଦନ ।

କଳାହାଣ୍ଡି:୨୯/୦୩
କଳାହାଣ୍ଡି ଜିଲ୍ଲାକୁ ଆସନ୍ତା କାଲି ରବିବାର ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତ ରହିଛି। ଏହି ସମୟରେ ସେ ଜିଲ୍ଲାର ଭବାନୀପାଟଣାସ୍ଥିତ କ୍ରିଷ୍ଣା ନଗର ପଡ଼ିଆଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ର ଶୁଭାରମ୍ଭ କରିବେ।
‘ଅନ୍ତ୍ୟୋଦୟ ଗୃହ ଯୋଜନା’ ପ୍ରଥମ ଦଫାରେ ରାଜ୍ୟର ୫୦ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ଉପକୃତ ହେବ। ଏହାସହ କଳାହାଣ୍ଡି ଜିଲାର ୩୨ ଶହ ହିତାଧିକାରୀ ଉପକୃତ ହେବେ। ସେହିପରି ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ପ୍ରାୟ ୫ ଶହ କୋଟି ଟଙ୍କାର ନୃତନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା ପାଇଁ ସ୍ଥିର ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ କଳାହାଣ୍ଡି ଗସ୍ତ ରହିଥିବା ଜିଲ୍ଲା ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟର ଉତ୍ସାହ ଦେଖିବାକୁ ମିଳିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଶୁକ୍ରବାର ଭବାନୀପାଟଣାସ୍ଥିତ ହୋଟେଲ ମିଡ୍‌ ଟାଉନଠାରେ କଳାହାଣ୍ଡି ଜିଲ୍ଲା ଭାଜପା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଉପରେ ସୂଚନା ପ୍ରଦାନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜିଲାବାସୀଙ୍କ ନିବେଦନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ରାଜ ମନ୍ତ୍ରୀ ରବି ନାରାୟଣ ନାଏକ ମଧ୍ୟ ଯୋଗଦେବେ ବୋଲି କହିଛନ୍ତି। ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ପୂର୍ବତନ ଜିଲା ସଭାପତି ଭବେନ୍ଦ୍ର ପଣ୍ଡା, ଆର୍ତ୍ତତ୍ରାଣ ମହାପାତ୍ର, ଦେବେନ୍ଦ୍ର ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଜୟଶଙ୍କର ନାଏକ, ଭଣ୍ଡେଶ୍ୱର ମହାପାତ୍ର,ବିଜୟ ଦେବ ସାହୁ, ନିରଞ୍ଜନ ଯୋଷୀ, ପ୍ରଦୀପ ଦାସ, ପ୍ରାଣ କିଶୋର ପଣ୍ଡା ପ୍ରମୁଖ ଯୋଗଦେଇଥିବା ବେଳେ, ଜିଲ୍ଲା ଉପ-ସଭାପତି ପ୍ରଶାନ୍ତ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ