ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବୁଠିପଦର ଠାରେ ଚତୁର୍ଥ ଅଷ୍ଟ ପ୍ରହରୀ ନାମ ଯଜ୍ଞ ପାଇଁ ମଙ୍ଗଳବାର କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସକାଳୁ ସୁରୁବାଲି ଯୋର ଠାରେ ପହଞ୍ଚି ଗଙ୍ଗାମାତାଙ୍କୁ ଆବାହନ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଶତାଧିକ ମହିଳା ପୁରୁଷ ଜଳ ପୂର୍ଣ୍ଣ କଳସି ଧରି ଏକ ଆଧ୍ୟାତ୍ମିକ ପରିବେଶରେ ପଣ୍ଡୁଆ ଓ ବୁଠିପଦର ଗ୍ରାମ ପରିକ୍ରମା କରିବା ପରେ ନାମ ମଣ୍ଡପ ଠାରେ ପହଞ୍ଚି କଳସ ସ୍ଥାପନ କରିଥିଲେ । ଏଥିରେ ପୂଜକ ସିତାରାମ ପାଢ଼ୀ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ସଞ୍ଜୀବ ପଧାନ ଧର୍ମପତ୍ନୀ କର୍ତ୍ତା ଦାଇତ୍ୱ ନିର୍ବାହ କରିଥିଲେ । ଶୋଭାଯାତ୍ରାକୁ ଇନ୍ଦ୍ରଜିତ ପଧାନ , ପ୍ରମୋଦ ପଣ୍ଡା , ଜିତେନ୍ଦ୍ର ପଣ୍ଡା , ନରେନ୍ଦ୍ର ରାଉତ , ଶୁକ୍ରୃ ସେଠୀ ପ୍ରମୁଖ ପରିଚାଳନା କରିଥିବା ବେଳେ ଗ୍ରାମବାସୀ ସହଯୋଗ କରିଥିଲେ।
ବୁଠିପଦର ରେ ଅଷ୍ଟପ୍ରହରୀ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା
