Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ସ୍ତରୀୟ ଖଡିଛୁଆଁ ଓ ପ୍ରବେଶ ଉତ୍ସଵ,ବିଧାୟକ ଙ୍କ କର କମଳ ରେ ଶୁଭାରମ୍ଭ।

କଳାହାଣ୍ଡି:୦୩/୦୪
ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଶିଶୁ ବାଟିକା ଶ୍ରେଣୀ ପାଇଁ ୫ ବର୍ଷ ରୁ ଶିଶୁ ଙ୍କୁ ନେଇ ଖଡିଛୁଆଁ ପ୍ରବେଶ ଉତ୍ସଵ ଆଜିଠାରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ ରେ ଆରମ୍ଭ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ମୋଟେର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରବେଶ ଓ ଖଡିଛୁଆଁ ଉତ୍ସଵ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ଙ୍କ ତତ୍ୱାବଧାନ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର କୁମାର ପାଟ୍ଟଯୋଶୀ,ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ତହସିଲଦାର ମୋହନ ଚରଣ ଜେନା,ବିଆରସିସି ତୋଫାନ ମାଝୀ, ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି,ବିଜେପି ଯୋନ ସଭାପତି ମୋଟେର ଧର୍ମବ୍ରତ ପଣ୍ଡା,ବିଜେପି ନେତା ହିମାଂଶୁ ପଣ୍ଡା,ତ୍ରିନାଥ ଶବର,ମୋଟେର ଗ୍ରାପ ସମିତି ସଭ୍ୟ ଉଆଁସୀ ପାନ, ସମାଜସେବୀ ଦେବେନ୍ଦ୍ର ପାଟ୍ଟଯୋଶୀ, ଶିକ୍ଷାବିଦ ନବ କିଶୋର ଦାସ, ବୈଦ୍ୟନାଥ ପାଟ୍ଟଯୋଶୀ,ରିତାଞ୍ଜଳି ପାଟ୍ଟଯୋଶୀ, ଅବସର ପ୍ରାପ୍ତ ପଞ୍ଚାୟତ ଅଧିକାରୀ ପଦ୍ମ କିଶୋର ପୁଝାରି,ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପୁଝାରି,ବନଜିନୀ ଭରଦ୍ବାଜ, ବିଦ୍ୟା ଭୂଷଣ ପୁଝାରି, ଉପସ୍ଥିତ ରହି ଖଡିଛୁଆଁ ପ୍ରବେଶ ଉତ୍ସଵ ର ପ୍ରାରମ୍ଭ ପୂର୍ବରୁ ଅଗ୍ରଦେଵ ଶ୍ରୀ ଗଣେଷ ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଛାତ୍ରଛାତ୍ରୀ ଙ୍କୁ ଖଡି ଛୁଆଁଇବା ସହ ଶିଶୁ ବାଟିକା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ପାଟ୍ଟଯୋଶୀ ରାଜ୍ୟ ସରକାରଙ୍କ ନୂତନ ଶିକ୍ଷା ନୀତି କୁ ସ୍ୱାଗତ ଜଣାଇବା ସହ ଏହାଦ୍ୱାରା ଶିଶୁ ମାନେ ପ୍ରାରମ୍ଭିକ ବୌଦ୍ଧିକ,ମାନସିକ ଜ୍ଞାନ ଆହରଣ କରି ଶିଶୁ ବାଟିକା ରୁ ଶିକ୍ଷା ଗ୍ରହଣ ଆରମ୍ଭ କରିବେ ବୋଳି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ କୁ କୋକସରା ନୋଡାଲ ସିଆରସିସି ବୈକୁଣ୍ଠ ଜାଲ, ମନ ମୋହନ ଦାସ ମଞ୍ଚ ପରିଚାଲନା କରିଥିଲେ।ମୋଟେର ସିଆରସିସି ଦିଲିପ କୁମାର ସାହୁ,ପ୍ରଶାନ୍ତ କୁମାର ଶବର, ଏସଏମଡିସି ସଭାପତି ଶକୁନ୍ତଳା ଜାଲ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଖଡିଛୁଆଁ ଉତ୍ସଵ ରେ ସହଯୋଗ କରିଥିଲେ। ଏହି ଅବସରରେ ଖଡିଛୁଆଁ ପ୍ରବେଶ ଉତ୍ସଵ ପାଇଁ ଏକ ସଚେତନତା ରଥ କୁ ବିଧାୟକ ଓ ଉପସ୍ଥିତ ଅଧିକାରୀ ଓ ଜନ ପ୍ରତିନିଧି ମାନେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ