ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା:ଝାରଖଣ୍ତର ଚନ୍ଦନ ଶେଖର ଚାମ୍ପିୟାନ


ସମ୍ବଲପୁର:ସମ୍ବଲପୁର ରେ ୧୮ ତମ ସିନିୟର ଜାତୀୟ ବଡି ବିଲଡିଂ ଓ ଫିଟନେଶ ଚାମ୍ପିଅନସିପ ମିଷ୍ଟର ଓ ମିସ ଇଣ୍ଡିଆ ପ୍ରତିଯୋଗିତା ରଵିବାର ବିଲମ୍ବିତ ରାତ୍ରିରେ ଉଦଯାପିତ ହୋଇଛି l ଅନୁଷ୍ଠିତ ପ୍ରତିଯୋଗିତା ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଂଚାୟତୀ ରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଦୀପ ପ୍ରଜ୍ଲଳନ କରିଥିଲେ l ପରେ ଏହି ପ୍ରତିଯୋଗିତାରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ମଧ୍ୟ ଯୋଗଦାନ କରିଥିଲେ l ସମ୍ବଲପୁର ବିଧାୟକ ପୂର୍ବତନ ବିଧାୟିକା ତଥା ଚିପ ପେଟ୍ରୋନ ଡ଼ ରାସେଶ୍ୱରୀ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତାରେ ଗତ ୨ ଦିନ ଧରି ଏହି ପ୍ରତିଯୋଗୀତା ଆୟୋଜିତ ହୋଇଥିଲା l ଏଥିରେ ଦେଶର ୨୨ ଟି ରାଜ୍ୟର ୫ ଶହ ରୁ ଉର୍ଦ୍ଧ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ l ସିନିୟର ବରମୁଣ୍ତା କେଟାଗେରି ରେ ଝାରଖଣ୍ତର ରାଜ୍ୟର ଚନ୍ଦନ ଶେଖର ଚାମ୍ପିୟାନ ହୋଇଥିଲେ l ପଶ୍ଚିମବଙ୍ଗ ର ଅସିମ ମଣ୍ତଳ ଦ୍ବିତୀୟ ସ୍ଥାନ ଓ ଆନ୍ଦ୍ରପ୍ରଦେଶର ସନ୍ଦୀପ କୁମାର ତୃତୀୟ ସ୍ଥାନରେ ଅଧିକାର କରିଥିଲେ l ଜୁନିୟର କେଟାଗେରି ରେ (୨୦ ବର୍ଷ ରୁ କମ) ଛତିଶଗଡ ରାଜ୍ୟର ମହମ୍ମଦ ଅମଜଦ ଚାମ୍ପିୟାନ ହୋଇଥିବା ବେଳେ ୬୦ କେଜି ବର୍ଗରେ ପଶ୍ଚିମ ଵଙ୍ଗର ଅରବିନ୍ଦ ମୁର୍ଖାଜୀ l ୬୫ କେଜି ବର୍ଗରେ ଓଡିଶାର ଭୋଲା ନାୟକ l ୭୦ କେଜି ବର୍ଗରେ ଉତ୍ତରାଖଣ୍ତ ର ଡି.ଆର.ନବିଦ l ୭୫ କେଜି ବର୍ଗରେ ଆନ୍ଦ୍ରପ୍ରଦେଶ ର ପି.ସନ୍ତୋଷ କୁମାର l ୮୦ କେଜି ବର୍ଗରେ ସୌମ୍ୟରଞ୍ଜନ ପ୍ରଧାନ ଚାମ୍ପିୟାନ ହୋଇଥିଲେ l ୯୦ କେଜି ବର୍ଗରେ ପଶ୍ଚିମବଙ୍ଗର ଦେବ ମଳୟ ମଲ୍ଲିକ ଚାମ୍ପିୟାନ ହୋଇଥିଲେ l ସେଭଲି ଭିନ୍ନକ୍ଷମ ମଧ୍ୟରେ କର୍ଣ୍ଣାଟକ ସୂର୍ଯ୍ୟନାରାୟଣ ଚାମ୍ପିୟାନ ହୋଇଛନ୍ତି l ସୋମ୍ୟ ପୁର୍ଵରୁ ମଧ୍ୟ ୪ ଥର ମିଷ୍ଟର ଓଡିଶା ଟାଇଟଲ ବିଜୟୀ ହୋଇଛନ୍ତି l ୨୦୨୩-୨୪ରେ ବିହାର ରାଜ୍ୟର ପଟନା ଠାରେ ଇଣ୍ଟ ଇଣ୍ତିଆ ଚମ୍ପାୟନ ସିପରେ ଚାମ୍ପିୟାନ ଥିଲେ l ସେହିପରି ହରିୟାଣ ଗୁନୋର ରେ ୨୦୨୨-୨୩ ଜାତୀୟ ସ୍ତର ପ୍ରତିଯୋଗୀତାରେ ଚାମ୍ପିୟାନ ଆଣିଥିଲେ।