Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଆ ପକ୍ଷ ପାଳନ ଅବସର ରେ ରକ୍ତଦାନ ଶିବିର ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ଓଡିଆ ପକ୍ଷ ପାଳନ ଅବସରରେ ରକ୍ତଦାନ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଲୋକ ମାନଙ୍କୁ ସଚେତନ କରିବା ସହିତ ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସ୍ଵେଚ୍ଛାକୃତ ରକ୍ତ ଦାନ ନିମନ୍ତେ ଆଗ୍ରହୀ ଓ ସ୍ଵେଚ୍ଛାସେବୀ ବ୍ୟକ୍ତିମାନଙ୍କୁ ଆହ୍ଵାନ କରାଯାଇଥିଲା ।ରାଜ୍ୟରେ ପ୍ରଥମ ଥର ପାଇଁ ଏପ୍ରିଲ ୧ ତାରିଖ ଠାରୁ ନେଇ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି । ଏହି ଅବସରରେ ବୁଧବାର ରକ୍ତଦାନ କାର୍ଯ୍ୟକ୍ରମ ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହ ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର ଙ୍କ ତରଫରୁ ଉପଖଣ୍ଡ ସ୍ତରୀୟ ଡାକ୍ତର ଖାନା, ବୀରମହାରାଜପୁର ପାଳନ କରିଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ରେଡ଼କ୍ରସ ଓ ସ୍ବାସ୍ଥ୍ୟ ଟିମ୍, ସୁବର୍ଣ୍ଣପୁର ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ଡ଼ାକ୍ତରଖାନାର ଅଧୀକ୍ଷକ ଡା ସଞ୍ଜୟ କୁମାର ମହାପାତ୍ର,ଡା ସରୋଜ କୁମାର ପାଣିଗ୍ରାହୀ, ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସ୍ବର୍ଣ୍ଣପ୍ରଭା ଜୁଏଡ୍,ନିରଞ୍ଜନ ମିଶ୍ର, ଆଦିତ୍ୟ କୁମାର ନାଏକ ପ୍ରମୁଖ ରକ୍ତଦାନ କରିଥିଲେ।ଡା ପ୍ରଣବ ମହାପାତ୍ର ସମସ୍ତଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀବ ହାଁସଦା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୀରମହାରାଜପୁର ପଞ୍ଚାୟତ ସମିତି ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରା ଯାଇଛି।